କରୋନା କଟକଣା କୁ ଆଖି ଆଗରେ ରଖି ଆଗାମୀ ୨୩ ରୁ ୨୮ ମଧ୍ୟରେ ହେବାକୁ ଥିବା +୨ ର ସମସ୍ତ ପରିକ୍ଷା କୁ ବାତିଲ୍ କଲେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ । ପିଲାମାନେ ଦେଇଥିବା ପରିକ୍ଷାର ଆଭରେଜ ଦେଖି ମାର୍କିଂ କରାଯିବ । ପରିକ୍ଷା ବାତିଲ୍ ହେବାରୁ ସିବି.ଏସ୍‌.ଇ ଢାଞ୍ଚାରେ ମାର୍କିଂ କରାଯିବ । ତେବେ ଯେଉଁମାନେ ୪ ଟି ପରିକ୍ଷା ଦେଇଥିବେ ସେମାନଙ୍କୁ ଶ୍ରେଷ୍ଠ ୨ ଟି ଉପରେ ମାର୍କିଂ କରାଯିବ ଏବଂ ଯେଉଁମାନେ ୫ ଟି ପରିକ୍ଷା ଦେଇଥିବେ ସେମାନଙ୍କୁ ଶ୍ରେଷ୍ଠ ୩ ଟି ଉପରେ ମାର୍କିଂ କରାଯିବା ସହ କମ୍ପାଟମେଣ୍ଟାଲ୍ ପିଲାମାନଙ୍କର ଗତ ବର୍ଷ ର ଶ୍ରେଷ୍ଠ ମାର୍କ ଦେଖି ମାର୍କ ଦିଆଯିବ ବୋଲି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି । ତେବେ ଯେଉଁ ଛାତ୍ର ଛାତ୍ରୀ ମାନେ ଏଥିରେ ଅସନ୍ତୁଷ୍ଟ ସେମାନେ କରୋନା ସ୍ତିତି ସୁଧୁରିଲା ପରେ ଆଉଥରେ ମଧ୍ୟ ପରିକ୍ଷା ଦେଇପାରିବେ ।

LEAVE A REPLY

Please enter your comment!
Please enter your name here