ଆଉ କ୍ରିକେଟ ଗ୍ରାଉଣ୍ଡ ନୁହେଁ ଏବେ ରାଜନୀତି ଗ୍ରାଉଣ୍ଡରେ ଖେଳିବେ ଭଜି । ପଞ୍ଜାବରୁ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ କ୍ରିକେଟର ହରଭଜନ ସିଂହ । ପଞ୍ଜାବରେ ଆମ ଆଦମୀ ପାର୍ଟୀ ବିଜୟୀ ହେବା ପରେ ରାଜ୍ୟସଭା ନିର୍ବାଚନ ହେଉଛି । ଆମ ଆଦମୀ ପାର୍ଟି ହରଭଜନକୁ ରାଜ୍ୟସଭା ପାଇଁ ଟିକେଟ ଦେଇଛି । ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ହରଭଜନ । ସେ କହିଛନ୍ତି ପଞ୍ଜାବର ମୁଖ୍ୟମନ୍ତ୍ରୀ ଯାହା ନିର୍ଦ୍ଦେଶ ଦେବେ ତାହା ମୁଁ କରିବି । ଖେଳ ସହ ଲୋକଙ୍କ ସମସ୍ୟା ବି ବୁଝିବି ବୋଲି ଭଜି କହିଛନ୍ତି । ମୁଁ ୨ ମେଡାଲ ଜିତି ଖୁସି ଅଛି କିନ୍ତୁ ଭାରତ ଭଳି ଦେଶକୁ ଅଲମ୍ପିକରୁ ୨୦୦ ମେଡାଲ ଜିତିବା ଦରକାର ।

LEAVE A REPLY

Please enter your comment!
Please enter your name here