ଛାଡପତ୍ର ପିଟିସନ ଦାଖଲ କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ୪୭ ପୃଷ୍ଠାର ପିଟିସନରେ ପତ୍ନୀ ବର୍ଷାଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଲେ ଅନୁଭବ । । ଶାରୀରିକ ସମ୍ପର୍କ ପାଇଁ ବର୍ଷା ରାଜି ହେଉନଥିବା ପିଟିସନରେ ଉଲ୍ଲେଖ । ଶାରୀରିକ ସମ୍ପର୍କ ସ୍ଥାପନ ନ ହେବାରୁ ଅସହଜ , ଅସୁଖୀ ମନେ କରୁଥିଲି । ବାହାଘରର ପ୍ରଥମ ଦିନ ସମ୍ପର୍କ ରଖିବାକୁ ବର୍ଷା ରାଜି ନଥିଲେ । ଶାରୀରିକ ସମ୍ପର୍କ ରଖିବାକୁ ବର୍ଷା ୩/୪ ମାସ ସମୟ ମାଗିଥିଲେ । ରାଜ୍ୟସଭା ସାଂସଦ ହେବା ପରେ ଦିଲ୍ଲୀରେ ବର୍ଷାଙ୍କ ସହ ରହିଥିଲି । ଦିଲ୍ଲୀରେ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରି ନିରାଶ ହୋଇଥିଲି । ଦିଲ୍ଲୀରୁ ଉଭୟେ କଟକ ଫେରିଥିଲୁ । କଟକକୁ ଫେରିବା ବେଳେ ବର୍ଷା ଖୁସିଥିବା ଉଲ୍ଲେଖ କରିଛନ୍ତି ଅନୁଭବ । କଟକ ଫେରିଲେ ଆମର ସମ୍ପର୍କ ରହିବ ବୋଲି ବର୍ଷା କହିଥିଲେ । କିନ୍ତୁ ବର୍ଷା ସମ୍ପର୍କ ନ ରଖି ପୁଣି ୭/୮ ମାସ ସମୟ ମାଗିଥିଲେ । ବର୍ଷା କେବେ ବୈବାହିକ ଖୁସି ଦେଇନଥିବା ପିଟିସନରେ ଉଲ୍ଲେଖ । ଶାଶୁଘରେ ନ ରହି ଅଧିକାଂଶ ସମୟ ବାପଘରେ ରହୁଥିଲେ ବର୍ଷା । ଏହାକୁ ନେଇ ମୋ ସହ ଅଧିକାଂଶ ସମୟ ଝଗଡା କରୁଥିଲେ । ବର୍ଷା ଶାଶୁଘର ଖାଦ୍ୟ ପସନ୍ଦ କରୁନଥିବା ଅନୁଭବଏକପ୍ରକାର ଅଭିଯୋଗ ଆଣିଛନ୍ତି । ଶାଶୁଘର ଲୋକଙ୍କ ସହ ମିଶୁନଥିଲେ, ବାପଘର ଯିବାକୁ ବାହାନା କରୁଥିଲେ । ବାପଘର ଲୋକଙ୍କ ଆଗରେ ବର୍ଷା ମୋତେ ଅପମାନିତ କରୁଥିଲେ । ଭଲ ପତ୍ନୀ ଓ ଭଲ ବୋହୂ ହେବାରେ ବର୍ଷା ବିଫଳ ହୋଇଛନ୍ତି । ୨୦୧୯ ମେ ୧ରୁ ଦୁହେଁ ଅଲଗା ରହିଆସୁଥିବା ପିଟିସନରେ ଉଲ୍ଲେଖ ରହିଛି ।

LEAVE A REPLY

Please enter your comment!
Please enter your name here