ବେକାବୁ କରୋନା । ଦିନକୁ ଦିନ ସଙ୍କ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି । ଖାଲି ସଙ୍କ୍ରମଣ ନୁହେଁ କରୋନାରେ ପ୍ରତିଦିନ ଅନେକଙ୍କ ମଧ୍ୟ ଜୀବନ ଯାଉଛି । ଆଜି ରାଜ୍ୟରେ ୬ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ୫ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ଗଜପତିରେ ଜଣେ ଆଖି ବୁଜିଛନ୍ତି । ଗଞ୍ଜାମର ୭୦ ବର୍ଷ ବୟସ୍କ ବ୍ୟକ୍ତି, ୪୦ ବର୍ଷ ବୟସ ପୁରୁଷ ଏବଂ ୫୪ବର୍ଷ ବୟସ ପୁରୁଷଙ୍କର ମୃତ୍ୟୁ ହୋଇଛି । ସେହିପରି ଗଜପତିର ୪୨ ବର୍ଷ ବୟସ ପୁରୁଷ ଆଖି ବୁଜିଛନ୍ତି । ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୭ରେ ପହଁଞ୍ଚିଛି । ସେହିପରି ରାଜ୍ୟରେ ଗୋଟିଏ ଦିନରେ ୬୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି । କ୍ୱାରେଣ୍ଟିନ ସେଣ୍ଟରରୁ ୪୪୬ଜଣ ଥିବାବେଳେ ୨୨୭ଜଣ ଲୋକାଲ କେସ୍ ରହିଛି । ଗଞ୍ଜାମରେ ସର୍ବାଧିକ ୨୩୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି । ଅନୁଗୁଳ୪,ବାଲେଶ୍ୱର୧୩,ବରଗଡ଼୨୨,କଟକ୩୨,ଢେଙ୍କାନାଳ୧୦,ଗଜପତି ୧୫, ଜଗତସିହଂପୁର ୩୬,ଯାଜପୁର ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ କରି ଜଣାଇଛି । ସେହିପରି ଝାରସୁଗୁଡ଼ାରେ ୧୪,କନ୍ଧମାଳରେ ୪୪,କେନ୍ଦ୍ରାପଡ଼ାରେ ୪,ଖୋର୍ଦ୍ଧାରେ ୫୮,କେନ୍ଦୁଝରରେ ୨୪,କୋରାପୁଟରେ ୪୧,ମାଲକାନଗିରିରେ ୪,ମୟୁରଭଞ୍ଜରେ ୧,ନୟାଗଡ଼ରେ ୪,ସମ୍ବଲପୁରରେ ୩,ସୋନପୁରରେ ୪,ସୁନ୍ଦରଗଡ଼ରେ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି । ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର୧୧୦ ରେ ପହଞ୍ଚି ଥିବାବେଳେ ୧୨୪୫୨ଜଣ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here