ଭୁବନେଶ୍ୱରରୁ ୫୨ କରୋନା ପଜିଟିଭ୍ ଚିହ୍ନଟ । କ୍ୱାରେଣ୍ଟନ୍ରୁ ୩୪ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୮ । ୫୨୩ ସୁସ୍ଥ ହୋଇଥିବାବେଳେ ଭୁବନେଶ୍ୱରରେ ମୃତ୍ୟୁ ସଂଖ୍ୟା ୧୧ । ୬୪୬ ଆକ୍ଟିଭ୍ କେସ୍ ରହିଛି । ଭୁବନେଶ୍ୱରରେ ମୋଟ୍ ପଜିଟିଭଙ୍କ ସଂଖ୍ୟା ୧୧୮୨କୁ ବୃଦ୍ଧି ପାଇଛି । ନୟାପଲ୍ଲୀ, ରସୁଲଗଡ, ଅଶୋକ ନଗର, ହଳଦିପଡା ବସ୍ତି, ଡୁମଡୁମା, ୟୁନିଟ୍‌-୮, ଜାଗମରା, ଘାଟିକିଆ, ଆଇଆରସି ଭିଲେଜରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏକ ଘରୋଇ ହସ୍ପିଟାଲର ଜଣେ ଛାତ୍ରୀ ଏବଂ ଚନ୍ଦ୍ରଶେଖରପୁରରୁ୩, ରବି ଟକିଜ ଓ ବଡଗଡରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶୈଳଶ୍ରୀ ବିହାର ସାମନ୍ତରାପୁର ଓ ଚିନ୍ତାମଣିଶ୍ୱରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here