ରାଜ୍ୟରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ । ବଲାଙ୍ଗୀରରେ ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ମୃତକ ଜଣଙ୍କ ଆଗଲପୁର ବ୍ଲକ ଅଞ୍ଚଳର ୪୫ ବର୍ଷୀୟା ମହିଳା । ମହିଳାଙ୍କ ସମ୍ପର୍କରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀଙ୍କ ତରଫରୁ ସୂଚନା ହସ୍ତଗତ ହୋଇଛି । ଛାତିରେ ଯନ୍ତ୍ରଣା ପାଇଁ ୨୨ ତାରିଖରେ ଭିମଭୋଇ ମେଡିକାଲରେ ସେ ଭର୍ତ୍ତି ହୋଇଥିଲେ । ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ବୁର୍ଲା ପଠାଯାଇଥିଲା । ସେଠି ୨୩ରେ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଓମିକ୍ରନ ଚିହ୍ନଟ ପାଇଁ ଜିନମ ସ୍ୱିକେସିଂ ନିମନ୍ତେ ସାମ୍ପଲକୁ ପଠାଯାଇଥିଲା । ଓମିକ୍ରନ ରେଜଲ୍ଟ ଆସିବା ପୂର୍ବରୁ ୨୭ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଜିନମ ସ୍ୱିକେସିଂ ରିପୋର୍ଟ ଆସିବା ପରେ ସେ ଓମିକ୍ରନ ଆକ୍ରାନ୍ତ ହୋଇଥିଲେ ବୋଲି ଜଣାପଡିଥିଲା । ତେବେ ମୃତ୍ୟୁ ପରେ ପରିବାର ଲୋକଙ୍କୁ ମୃତଦେହ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here