ଆମେରିକାର ହିଡେନବର୍ଗ ରିସର୍ଚ୍ଚ ଆଦାନୀ ଗ୍ରୁପ୍ ବିରୋଧରେ ଠକେଇ ଅଭିଯୋଗ ଆଣିବା ପରେ ସ୍ଥିତି ସାଂଘାତିକ ହୋଇଛି । ତଳ-ଉପର ମୁହାଁ ହୋଇ ଚାଲିଛି ଆଦାନୀ ସେୟାର । ଆଦାନୀ ଗ୍ରୁପକୁ ନେଇ ସୃଷ୍ଟି ହୋଇଥିବା ବିପଦ ଏବେ ସୁପ୍ରିମକୋର୍ଟରେ ପହଁଞ୍ଚିଛି । ବିଶ୍ୱ ଧନୀ ତାଲିକାର ୧୬ ନମ୍ବର ସ୍ଥାନକୁ ଖସିଛି ଆଦାନୀଙ୍କ ନାଁ । ହିଡେନବର୍ଗ ରିପୋର୍ଟ ପରେ ଆଜି ଆଦାନୀ ଗ୍ରୁପର ସେୟାର ମୂଲ୍ୟ ୩୫ ପ୍ରତିଶତ ହ୍ରାସ ପାଇଥିଲା । ୩ ହଜାର ୪ ଶହ ଟଙ୍କାର ସେୟାର ୧୫୩୧ ଟଙ୍କାକୁ ଖସିଥିଲା । ମାର୍କେଟ ଶେଷ ବେଳକୁ ଏହା ୫ ପ୍ରତିଶତ ବୃଦ୍ଧି ପାଇଥିଲା । ଏସବୁ ଭିତରେ ହିଡେନବର୍ଗ ରିସର୍ଚ୍ଚ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିିମକୋର୍ଟରେ ଗୋଟିଏ ଆବେଦନ ହୋଇଛି ।

LEAVE A REPLY

Please enter your comment!
Please enter your name here