ବିଧାୟକଙ୍କୁ ମହୁମାଛିଙ୍କ ଆକ୍ରମଣ । ଆହତ ଅବସ୍ଥାରେ ତାଙ୍କୁ ଆନନ୍ଦପୁର ଉପକଣ୍ଠ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ବିଧାୟକ ସୁସ୍ଥ ଅଛନ୍ତି ।
ତେବେ ଆଜି ସକାଳେ ବିଧାୟକ ଶ୍ରୀ ସେଠୀ ମର୍ଣ୍ଣିଂ ୱାକ୍‌ରେ ଯାଇଥିଲେ। ଏହି ସମୟରେ ବ୍ଲକ ଅଫିସ ନିକଟରେ ତାଙ୍କୁ ମହୁମାଛିମାନେ ଆକ୍ରମଣ କରିଥିଲେ। ବିଧାୟକ ସେ ସ୍ଥାନରୁ ଦୌଡ଼ି ପଳାଇଥିଲେ। ପରେ ସ୍ଥାନୀୟ ଲୋକେ ବିଧାୟକଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ବିଧାୟକଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଛି।

LEAVE A REPLY

Please enter your comment!
Please enter your name here