ବିଜେପୁର ଉପନିର୍ବାଚନ ପାଇଁ ଜାରି ରହିଛି ଭୋଟିଂ । ସକାଳୁ ସକାଳୁ ପୋଲିଂ ବୁଥ୍ ଆଗରେ ଭୋଟରଙ୍କ ଲମ୍ବା ଲାଇନ ପରିଲିକ୍ଷିତ ହେଉଛି । ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଭୋଣଟରଙ୍କ ମଧ୍ୟରେ ଉତ୍ସାହ ରହିଛି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ବିଜେଡିର ରୀତା ସାହୁ, ବିଜେପିର ସନତ ଗଡତିଆ କଂଗ୍ରେସର ଦିଲ୍ଲୀପ ପଣ୍ଡା, ସ୍ୱାଧିନ ପ୍ରାର୍ଥୀ ବୃନ୍ଦାବନ ପୁରୋହିତ, ଅଖିଳ ଭାରତୀୟ ହିନ୍ଦୁ ମହାସଭା ପ୍ରାର୍ଥୀ ଅଶୋକ ମିତଲଙ୍କର ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨ ଲକ୍ଷ ୩୨ ହଜାର ୨୬୪ ଜଣ ଭୋଟର । ୧ ଲକ୍ଷ ୨୦ ହଜାର ଶହେ ୩୫ ପୁରୁଷ ଭୋଟର ଥିବାବେଳେ ୧ ଲକ୍ଷ ୧୨ ହଜାର ୧୧୪ ମହିଳ । ଭୋଟର ଅଛନ୍ତି । ମତଦାନ ପାଇଁ ମୋଟ ୨୮୫ଟି ବୁଥ୍ ହୋଇଛି । ସେଥିମଧ୍ୟରୁ ୧୩୫ଟି ବୁଥ୍ ହେଉଛି ସମ୍ବେଦନଶୀଳ । ବିଜେପୁର ଗାଇସିଲେଟ ବରପାଲି ବ୍ଲକରେ ୨ଟି ଲେଖାଏଁ ମଡେଲ ବୁଥ୍ କରାଯାଇଛି ।

LEAVE A REPLY

Please enter your comment!
Please enter your name here