ଏସିଏଫ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ବିଦ୍ୟାଭାରତୀଙ୍କୁ ମିଳିଛି ଆଶ୍ବସ୍ତି । ତଳ କୋର୍ଟ ପକ୍ଷରୁ ଜାରୀ କରାଯାଇଥିବା ଜାମିନ ବିହୀନ ଗିରଫ ପରଓ୍ୱାନା ବିରୋଧରେ ସେ ହାଇକୋର୍ଟରେ ଅପିଲ କରିଥିଲେ । ହାଇକୋର୍ଟ ଏନବିଡବ୍ଲୁ କାର୍ଯ୍ୟକାରୀ ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା 27 ତାରିଖରେ ମାମଲାର ଶୁଣାଣୀ କରିବେ ହାଇକୋର୍ଟ । ସୂଚନାଯୋଗ୍ୟ, 2021 ଜୁଲାଇ 12 ତାରିଖରେ ପାରଳାଖେମୁଣ୍ଡି ସ୍ଥିତ ସରକାରୀ କ୍ବାର୍ଟରରେ ଏସିଏଫ ସୌମ୍ୟରଜନଙ୍କର ନିଆଁରେ ପୋଡି ହୋଇ ମୃତ୍ୟୁ ହୋଇଥିଲା । ଘରେ ତାଙ୍କ ପତ୍ନୀ ବିଦ୍ୟା ଭାରତୀ ଥିଲେ ହେଁ ସେ ନିଆଁ ଲିଭାଇବାକୁ ଚେଷ୍ଟା କରି ନ ଥିଲେ । କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରିଥିଲା ବେଳେ ଡିଏଫଓ ସଂଗ୍ରାମ ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ଦୋଷମୁକ୍ତ କରିଥିଲା । ସବୁ ଦୋଷ ବିଦ୍ୟାଭାରତୀଙ୍କୁ ଦେଇଥିଲା କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ସୌମ୍ୟରଂଜନଙ୍କ ପରିବାର ଲୋକେ ଅଦାଲତର ଦ୍ବାରସ୍ଥ ହୋଇଥିଲେ । ତିନିଦିନ ତଳେ ପାରଳାଖେମୁଣ୍ଡ ଏସଡିଜେଏମ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ ଏବିଡବ୍ଲୁ ଜାରି କରିଥିଲା । ଏନବିଡବ୍ଲୁ ଜାରି ପରଠୁ ବିଦ୍ୟାଭାରତୀଙ୍କ ପତ୍ତା ପାଉ ନ ଥିଲା ପୋଲିସ । ତେବେ ହାଇକୋର୍ଟ 27 ତାରିଖ ଯାଏଁ ଏବିଡବ୍ଲୁ ଉପରେ ରୋକ୍ ଲଗାଇଛନ୍ତି । 2021ରେ ସୌମ୍ୟରଂଜନଙ୍କ ମୃତ୍ୟୁ ହୋଇଥିବା ବେଳେ ପାରଳାଖେମୁଣ୍ଡି ଡିଏଫଓଙ୍କ ସହ ବିଦ୍ୟାଭାରତୀଙ୍କ ଅନୈତିକ ସଂପର୍କକୁ ନେଇ ସୌମ୍ୟଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here