ମୋ ସରକାରରେ ସାମିଲ ହେଲା କୃଷି ବିଭାଗ. ଏଣିକି 5 ଟି ବିଭାଗ ଅଧିନରେ କାମ କରିବ କୃଷି ବିଭାଗ. ଏହି ଅବସରରେ ଲୋକସେବା ଭବନରେ ଆୟୋଜିତ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ସେ ନିଜେ ଚାଷୀଭାଇମାନଙ୍କୁ ଫୋନ କରିବେ ଏବଂ ସରକାର ଦେଉଥିବା ସୁବିଧା ସେମାନଙ୍କ ପାଖରେ ପହଞ୍ଚୁଛି ନା ନାହିଁ, ପଚାରି ବୁଝିବେ. ଯଦି ଚାଷୀଙ୍କ ପ୍ରତିକ୍ରିୟା ଭଲ ରହିବ, ତେବେ କର୍ମଚାରୀମାନଙ୍କୁ ପ୍ରୋତ୍ସାହନ ଦିଆଯିବ, ଏବଂ ନକରାତ୍ମକ ହେଲେ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ. ଏହି ସଭାରେ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ, ବିଭାଗୀୟ ସଚିବ ସୌରଭ ଗର୍ଗ, ଫାଇଭ ଟି ସଚିବ ଭି.କେ. ପାଣ୍ଡିୟାନ ପ୍ରମୁଖ ଯୋଗ ଦେଇଥିଲେ. ଏହା ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ ଫାଇଭ ଟି ରେ ସାମିଲ ହୋଇଥିଲା.

LEAVE A REPLY

Please enter your comment!
Please enter your name here