ବୟଫ୍ରେଣ୍ଡ ଘରକୁ ଯିବା ପାଇଁ ଉବେରକୁ ଫୋନ କରି ଗାଡି ମଗାଇଲେ । ଉବେର କାର୍ ଆସିବା ପରେ ଯୁବତୀ କାରରେ ବସିଲେ । ମାତ୍ର କିଛି ବାଟ କାର୍ ଯିବା ପରେ ଯୁବତୀଙ୍କୁ ଲାଗିଲା, କାର୍ ଡ୍ରାଇଭର ତାଙ୍କୁ ଅପହରଣ କରି ନେଇ ଯାଉଛନ୍ତି । ସେ ତାଙ୍କ ବ୍ୟାଗରୁ ରିଭଲଭର ବାହାର କଲେ ଏବଂ ଉବେର କାର୍ ଡ୍ରାଇଭରଙ୍କୁ ପଛପଟୁ ଗୁଳି କରି ମାରିଦେଲେ । ଏମିତି ଘଟଣା ଘଟିଛି ଆମେରିକାର ଟେକ୍ସାସରେ । ନ୍ୟୁୟୋର୍କ ପୋଷ୍ଟରେ ପ୍ରକାଶିତ ରିପୋର୍ଟ ଅନୁସାରେ ଡ୍ରାଇବରକୁ ଗୁଳି କରି ମାରିଥିବା ଯୁବତୀ ଜଣକ ହେଲେ 48 ବର୍ଷୀୟା ଫୋବେ କୋପାସ୍ । ସେ କେଂଟୁକିରୁ ଟେକ୍ସାସ ଯିବା ପାଇଁ ଉବେର କାର୍ ବୁକ୍ କରିଥିଲେ । ମାତ୍ର ହାଇଓ୍ବେରରେ ସେ ମେକ୍ସିକୋ ସାଇନବୋର୍ଡ ଦେଖିବା ପରେ ତାଙ୍କୁ ଲାଗିଥିଲା, ଡ୍ରାଇବର ତାଙ୍କୁ ଟେକ୍ସାସ ବଦଳରେ ମେକ୍ସିକୋ ନେଇଯାଉଛି । ସେ ଗୁଳି କରି ମାରିବା ପରେ ପୋଲିସକୁ ଫୋନ କରିଥିଲେ ।

LEAVE A REPLY

Please enter your comment!
Please enter your name here