ଆକାଶରେ ବିମାନ ଉଡୁଛି, ଆଉ ଉଡନ୍ତା ବିମାନ ଭିତରେ ହଠାତ୍ ସାପ ବାହାରିଲା । ତା ପରେ ଦେଖନ୍ତୁ, ଯାତ୍ରୀଙ୍କ ଅବସ୍ଥା । ସାପ ଦେଖି ଯାତ୍ରୀମାନେ ଏତେ ଭୟଭୀତ ହୋଇଗଲେ ଯେ, କିଏ ଚିତ୍କାର କରିବା ଆରମ୍ଭ କଲା ତ ଆଉ କିଏ ଗୋଡ ଟେକି ବସିବା ଆରମ୍ଭ କଲା । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଯୁକ୍ତରାଷ୍ଟ୍ର ଆମେରିକାର ଏକ ଉଡନ୍ତା ବିମାନରେ । ଗତ ସୋମବାର ଦିନ ଘଟିଛି ଏହି ଘଟଣା ।
ସୋମବାର ଦିନ ଫ୍ଲୋରିଡା ଟାମ୍ପା ସିଟିରୁ ନ୍ୟୁ ଜର୍ସି ଯାଉଥିବା ଏକ ବିମାନର ବିଜିନେସ କ୍ଲାସରେ ଯାଉଥିବା ଯାତ୍ରୀମାନେ ହଠାତ୍ ଏକ ସାପ ଦେଖିବାକୁ ପାଇଥିଲେ । ସାପ ଦେଖିବା ପରେ ବିମାନ ଭିତରେ ଭୟର ବାତାବରଣ ଖେଳିଗଲା । ସାପ କାହାକୁ ଆଘାତ କରିବା ପୂର୍ବରୁ ବିମାନଟି ନ୍ୟୁୟୋର୍କ ଲିବର୍ଟି ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଅବତରଣ କରିଥିଲା । ଯାତ୍ରୀମାନେ ବିମାନ ଭିତରୁ ବାହାରିବା ପରେ ବନ୍ୟଜନ୍ତୁ ଟିମ୍ ବିମାନ ଭିତରୁ ସାପଟିକୁ ଧରିଥିଲେ । ସାପ ଧରାଯିବା ପରେ ବିମାନଯାତ୍ରୀମାନେ ସେମାନଙ୍କ ଲଗେଜ୍ ଆଣିଥିଲେ । ଧରାଯାଇଥିବା ସାପଟି ବିଶେଷ କ୍ଷତିକାରକ ନୁହେଁ ଏବଂ ଏଭଳି ପ୍ରକାରର ସାପ ନ୍ୟୁଜର୍ସିରେ ଦେଖାଯାନ୍ତି । ସାଧାରଣତଃ ଏଭଳି ସାପକୁ ଆଘାତ କଲେ ସେ କାମୁଡିଥାଏ ବୋଲି କୁହାଯାଇଛି । ଗତ ଫେବୃଆରୀରେ ମାଲେସିୟାରେ ଏୟାର ଏସିଆ ଫ୍ଲାଇଟ ଭିତରେ ଏକ ସାପ ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here