ଆଣ୍ଡାମାନ ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ କ୍ରମଶଃ ତୀବ୍ର ହେବାରେ ଲାଗିଛି । ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଆସନ୍ତା 22 ତାରିଖ ବେଳକୁ ଏହାର ପ୍ରଭାବ ଓଡିଶା ଉପରେ ପଡିବା ଆରମ୍ଭ କରିବ । ଏବେ ଘୂର୍ଣ୍ଣିବଳୟର ରୂପ ଯାହା, ତାହା ଲଘୁଚାପ ଏବଂ ପରେ ଗଭୀର ଅବପାତରେ ପରିଣତ ହୋଇ ବାତ୍ୟାର ରୂପ ନେବା ସମ୍ଭାବନା ଅଧିକ ରହିଛି । ବାତ୍ୟା ଫନୀ ଭଳି ରାସ୍ତାରେ ଏହା ଓଡିଶା ଓ ଆନ୍ଧ୍ର ଉପକୂଳ ଆଡକୁ ମୁହାଁଇବ ବୋଲି ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି । ପ୍ରଥମେ ଏହା ଫନୀ ଭଳି ତାମିଲନାଡୁ ଉପକୂଳ ମୁହାଁ ହେବ ଏବଂ ପରବର୍ତ୍ତୀ ଅବସ୍ଥାରେ ଦିଗ ପରିବର୍ତ୍ତନ କରି ଆନ୍ଧ୍ର-ଓଡିଶା-ପଶ୍ଚିମବଙ୍ଗ ଉପକୂଳକୁ ଛୁଇଁବାର ସମ୍ଭାବନା ରହିଛି । 21 ତାରିଖ ବେଳକୁ ବାତ୍ୟାର ଚିତ୍ର ସ୍ପଷ୍ଟ ହୋଇଯିବ । ତେବେ ବାତ୍ୟା ଯେଉଁଠି ବି ସ୍ଥଳଭାଗ ଛୁଇଁଲେ ବି ଓଡିଶା ଉପରେ ଆସନ୍ତା 23 ରୁ 26 ପର୍ଯ୍ୟନ୍ତ ଏହାର ପ୍ରଭାବ ପଡିବ । ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here