ଆମେରିକାରେ କରୋନା ଭ୍ୟାକ୍ସିନର ବୁଷ୍ଟର ଡୋଜ୍‌କୁ ଅନୁମତି ମିଳିଛି । ଏବେ ଆମେରିକାରେ କରୋନାରେ ଆକ୍ରାନ୍ତ ତଥା ଗୁରୁତ୍ତର ରୋଗୀଙ୍କୁ ଏହି ତୃତୀୟ ଟିକା ଦିଆଯିବ । ମଡର୍ଣ୍ଣା ଏବଂ ଫାଇଜର ଭ୍ୟାକ୍ସିନର ତୃତୀୟ ଡୋଜ୍‌କୁ ଜରୁରୀକାଳୀନଭାବେ ବ୍ୟବହାର କରିବା ପାଇଁ ଅନୁମତି ଦିଆଯାଇଛି । ଆମେରିକାର ଫୁଡ ଆଣ୍ଡ ଡ୍ରଗ୍ ଆଡମିନଷ୍ଟ୍ରେସନ ଏହା ଘୋଷଣା କରିଛି । ଯେଉଁ ବ୍ୟକ୍ତି ବିଶେଷଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବ କିମ୍ବା ସେମାନେ କ୍ୟାନସର, ଅଙ୍ଗ ପ୍ରତିରୋପଣ ଭଳି ରୋଗରେ ଚିକିତ୍ସିତ ହେଉଥିବେ, ସେମାନଙ୍କୁ ଏହି ଡୋଜ୍ ଦିଆଯିବ । ଆଗକୁ କରୋନାର ତୃତୀୟ ଲହର ଆସିବାର ସମ୍ଭାବନା ଥିବାରୁ ଏବଂ ଏହା ଦୁର୍ବଳ ଓ ଗୁରୁତ୍ତର ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଅଧିକ ବିପଦ ସୃଷ୍ଟି କରୁଥିବାରୁ ସେମାନଙ୍କୁ ବୁଷ୍ଟର ଡୋଜ୍ ଦିଆଯିବ ।

LEAVE A REPLY

Please enter your comment!
Please enter your name here