ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ରାଜନୀତିରେ ସେତିକି ଟ୍ୱିଷ୍ଟ ମଧ୍ୟ ଆସୁଛି. କାହାକୁ ଟିକଟ ମିଳୁନି ତ ଆଉ କିଏ ନିଜ ଦଳ ଛାଡି ଅନ୍ୟ ଦଳକୁ ଡିଆଁ ମାରୁଛି. ଏହି ପରିପ୍ରେକ୍ଷୀରେ ଶନିବାର କଂଗ୍ରେସ ପକ୍ଷରୁ ଏକ ନୂଆ ଖବର ଶୁଣିବାକୁ ମିଳିଛି. ଖବରଟି ହେଲା ନବୀନଙ୍କ ପରି କଂଗ୍ରେସର ପିସିସି ସଭାପିତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଦୁଇଟି ଆସନରୁ ନିର୍ବାଚନ ଲଢିପାରନ୍ତି. ନବୀନଙ୍କୁ ଚ୍ୟାଲେଞ୍ଜ ଦେଇ ଘଷିପୁରା ଆସନରୁ ଛିଡା ହୋଇଥିବା ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ରଙ୍କୁ ଟକ୍କର ଦେବେ ନିରଞ୍ଜନ. ଘଷିପୁରା ଛଡା ଭଣ୍ଡାରୀପୋଖରୀରୁ ମଧ୍ୟ ନିରଞ୍ଜନ ଲଢିପାରନ୍ତି. ଏ ନେଇ ସୂଚନା ଦେଇଛନ୍ତି କେନ୍ଦୁଝର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରତିକାନ୍ତ ପ୍ରଧାନ. ଯଦି ଦଳ ଦୁଇଟି ଆସନ ପାଇଁ ଲଢିବାକୁ କହିବ, ତେବେ ନିରଞ୍ଜନ ତାକୁ ପାଳନ କରିବେ ବୋଲି କହିଛନ୍ତି. ଯେତେବେଳେ ଏହି ଚ୍ୟାଲେଞ୍ଜ ବିଷୟରେ ନିରଞ୍ଜନଙ୍କୁ ପ୍ରଶ୍ନ କରାଯାଇଥିଲା, ସେ କହିଥିଲେ ଯେ, ସେ ପ୍ରକୃତରେ ବଦ୍ରିଙ୍କଠାରୁ ବହୁତ ଦୁର୍ବଳ. କାରଣ ତାଙ୍କ ଭଳି ଅପରାଧୀକ କାର୍ଯ୍ୟରେ ସେ ନିଜକୁ ସାମିଲ କରିପାରିବେ ନାହିଁ. ତେବେ ଯଦି ଏପରି ହୁଏ, କେନ୍ଦୁଝର ଜିଲ୍ଲାରେ ଏକ ଭିନ୍ନ କିସମର ରାଜନୀତି ଦେଖିବାକୁ ମିଳିବ ଏବଂ କେନ୍ଦୁଝର କାହାର ଗଡରୂପେ ପରିଣତ ହେବ ତାହା ନିର୍ବାଚନ ପରେ ଜଣାପଡିବ.

LEAVE A REPLY

Please enter your comment!
Please enter your name here