ଗୌହାଟୀ: ଆସାମର ଦିବ୍ରୁଗଡ ଜିଲ୍ଲାର ସାସୋନି ଗ୍ରାମରେ ବୁର୍ହି ଦିହଙ୍ଗ ନଦୀରେ ୩ ଦିନ ହେବ ଲାଗିଛି ନିଆଁ । ଅଏଲ ଇଣ୍ଡିଆର ପାଇପ ଲାଇନ ଫାଟିଯିବାରୁ ଏହି ନିଆଁ ଲାଗିଥିବା ଜଣାପଡିଛି । ଏ ଯାଏଁ ନିଆଁକୁ ଆୟତ କରାଯାଇପାରିନାହିଁ । ସ୍ଥାନୀୟ ଗ୍ରାମବାସୀ ଏ ନେଇ ପ୍ରଶାସନକୁ ଜଣାଇଥିବା ସତ୍ତ୍ୱେଏପର୍ଯ୍ୟନ୍ତ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । କେହି ଅସାମାଜିକ ବ୍ୟକ୍ତି ଏହି ନିଆଁ ଲଗାଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି । ତିନି ଦିନ ଧରି ନିଆଁ ଲାଗି ରହିବା ଫଳରେ ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଯାଇଛି । ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଧୂଆଁ ଯୋଗୁ ପରିବେଶ ପ୍ରଦୂଷଣ ହେଉଛି । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

LEAVE A REPLY

Please enter your comment!
Please enter your name here