ସଦ୍ୟଜାତ ଶିଶୁଙ୍କୁ ହତ୍ୟା କରି ଖୁସି ହେଉଥିଲେ ନର୍ସ ଲୁସି ଲେଟବି । ଇଂଲଣ୍ଡର ଏକ ହସପିଟାଲରେ କାର୍ଯ୍ୟ କରୁଥିବା ଏହି ନର୍ସ ଜଣକ ସଦ୍ୟଜାତ ଶିଶୁଙ୍କୁ ହତ୍ୟା କରିବାରେ ଆନନ୍ଦିତ ହେଉଥିଲେ । ଜଣେ କି ଦି ଜଣ ନୁହେଁ, ସାତ ଜଣ ଶିଶୁଙ୍କୁ ହତ୍ୟା କରିବା ଅଭିଯୋଗରେ ନର୍ସ ଲୁସି ଲେଟବିଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରିଛି । ଅଦାଲତରେ ନର୍ସ ଲୁସି ଲେଟବି ନିଜ ଦୋଷ ସ୍ବୀକାର କରିବା ସହ ଏଭଳି ନୃଶଂସ କାର୍ଯ୍ୟ କରିବାରେ ସେ ଆନନ୍ଦିତ ହେଉଥିଲା ବୋଲି କହିଛି । ପୋଲିସ ତା ଘରୁ ଜବତ କରିଥିବା ଏକ ନୋଟ ବୁକରେ ସେ ଜଣେ ସୈତାନ ବୋଲି ଉଲ୍ଲେଖ କରିଛି ।
2015ରେ ନର୍ସ ଲୁସି ଲେଟବି କାର୍ଯ୍ୟ କରୁଥିବା ହସପିଟାଲରେ ନବଜାତ ଶିଶୁଙ୍କୁ ହତ୍ୟା କରିଥିଲା । ନବଜାତ ଶିଶୁ ସୁସ୍ଥ ହୋଇ ଆସୁଥିବା ବେଳେ କାହିଁକି ମୃତ୍ୟୁବରଣ କଲା, ତାହା ଜଣାପଡି ନ ଥିଲା । ନର୍ସ ଦେଇଥିବା ବୟାନ ଅନୁଯାୟୀ, ନବଜାତ ଅପରିପକ୍ବ ଶିଶୁ ହସପିଟାଲରେ ଚିକିତ୍ସାଧୀନ ଥିବା ବେଳେ ସେ ସେମାନଙ୍କୁ ମାରିବା ପାଇଁ କାମ କରୁଥିଲା । କାହାକୁ ଇଂଜେକସନରେ ପବନ ଦେଉଥିଲା ତ ଆଉ କାହାକୁ ଅତ୍ୟଧିକ ଖାଇବା ଦେଉଥିଲା । ଜଣକ ପରେ ଜଣେ ଶିଶୁ ମରି ଯାଉଥିବା ଦେଖି ସେ ଖୁସି ହେଉଥିଲା । ସାତଜଣକ ମଧ୍ୟରୁ ସେ ହତ୍ୟା କରିଥିବା ଶିଶୁ ଦିନକର ଥିଲା । ସେହିପରି ତା ପୂର୍ବରୁ ସେ ୟାଆଁଳା ଶିଶୁଙ୍କୁ ମଧ୍ୟ ହତ୍ୟା କରିଥିଲା । ଜଣକ ପରେ ଜଣେ ଶିଶୁଙ୍କ ମୃତ୍ୟୁର କାରଣ ଖୋଜିବା ପରେ ପୋଲିସ ନର୍ସ ଲୁସି ଲେଟବିଙ୍କୁ ଗିରଫ କରିଥିଲା । ମାତ୍ର ଏହାପୂର୍ବରୁ ସେ ଆଉ କାହାକୁ ହତ୍ୟା କରିଛି କି ନାହିଁ ପୋଲିସ ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here