କୋଟିଆରେ ପୁଣି ପଶିଲା ଆନ୍ଧ୍ର । ଖାଲି ପଶିଲା ନୁହେଁ, ଯୋଜନାବଦ୍ଧ ଭାବେ ପଶିଲା । ପଟୁସିନେରୀ ପଞ୍ଚାୟତର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଆନ୍ଧ୍ର ପ୍ରଦେଶ ଅଧିକାରୀ । କୃଷକ ବନ୍ଧୁ ଅଧିକାରୀ ଗୃହ, ପଞ୍ଚାୟତ ଓ ଅଙ୍ଗନଓାଡି ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଆନ୍ଧ୍ର ପାର୍ବତୀପୁରମ୍ ପିଏ ଆଇଟିଡିଏ । କୋଟିଆରେ ଡେରା ପକାଇଥିବା ବିଭିନ୍ନ ଦଳର ଓଡିଶା ରାଜନେତା ଓ ଅଧିକାରୀ ପଳାଇଆସିବା ପରେ ଚକମା ଦେଖାଇଛି ଆନ୍ଧ୍ର ପ୍ରଦେଶ । ନିକଟରେ ରାଜସ୍ବ ମନ୍ତ୍ରୀ ମାମଲା ଅଦାଲତର ବିଚାରାଧୀନ ରହିଛି ବୋଲି କହିଥିଲେ । ରାଜ୍ୟ ସରକାର ମାମଲା ଅଦାଲତର ବିଚାରାଧୀନ ରହିଛି କହି ଶୋଇପଡିଥିବା ବେଳେ ଆନ୍ଧ୍ରପ୍ରଦେଶ ସରକାର କୋଟିଆ ଅଞ୍ଚଳ ଓଡିଶାରୁ ଛଡାଇ ନେବା କାର୍ଯ୍ୟ ଜାରି ରଖିଛନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ପୋଲିସ କରୁଛି କଣ ? ରାଜ୍ୟ ସରକାର ଯଦି ଏଭଳି ନିରବତା ଅବଲମ୍ବନ କରନ୍ତି, କୋଟିଆ ଖୁବ କମଦିନରେ ଆନ୍ଧ୍ରରେ ସାମିଲ ହୋଇଯିବ ।

LEAVE A REPLY

Please enter your comment!
Please enter your name here