ଦଶବର୍ଷର ଝିଅ ଇମା ଏଡଓ୍ବାଡ୍ । ଲ୍ୟୁକୋମିଆ ରୋଗରେ ଆକ୍ରାନ୍ତ ଝିଅକୁ ଆରୋଗ୍ୟ କରିବା ପାଇଁ ଆମେରିକୀୟ ଦମ୍ପତ୍ତି ଆଲିନା ଓ ଆରୋନ ଏଡଓ୍ବାଡ ହସପିଟାଲରେ ଚିକିତ୍ସା କରୁଥିଲେ । ବିଶ୍ବାସ ଥିଲା ତାଙ୍କ ଝିଅ ଭଲ ଙୋଇଯିବ । ମାତ୍ର ଗତ ଜୁନ ମାସରେ ଡାକ୍ତର ୟାହା କହିଲେ, ସେଥିରେ ତାଙ୍କ ପାଦତଳୁ ମାଟି ଖସିଗଲା । ଇମା ଆଉ ଭଲ ହେବନାହିଁ ବୋଲି ଡାକ୍ତର କହିଲେ । କେବଳ ସେତିକି ନୁହେଁ, ତାର ଆୟୁଷ ମାତ୍ର ଅଳ୍ପ କେଇଟି ଦିନ ବୋଲି ଡାକ୍ତର କହିବା ପରେ ବାପା ମାଆ ଦୁଃଖରେ ଭାଙ୍ଗିପଡିଲେ । ଦଶବର୍ଷର ଇମା ଖୁବ୍ ଭଲ ପାଉଥିଲା ଡିଜେକୁ । ତେଣୁ ଇମା ଓ ଡିଜେର ପରିବାର ଇମାକୁ ଆଉ କିଛିଦିନ ବଞ୍ଚେଇ ରଖିବା ପାଇଁ ଯୋଜନା କଲେ । ଏହି ଯୋଜନା ଅନୁଯାୟୀ ସେମାନେ ଇମା ଓ ଡିଜେର ବାହାଘର କରିବାକୁ ନିଷ୍ପତ୍ତି ନେଲେ । ଖୁବ୍ ଧୂମଧାମ ଜାକଜମକରେ ଇମା ଓ ଡିଜେଙ୍କ ବାହାଘର ହେଲା । ଶହେଜଣ ଅତିଥି ବି ଯୋଗଦେଲେ । ନ୍ୟୁୟୋର୍କ ପୋଷ୍ଟରେ ପ୍ରକାଶିତ ସମ୍ବାଦ ଅନୁସାରେ ବାହାଘରର ମାତ୍ର ବାରଦିନ ପରେ ଇମା ସମସ୍ତଙ୍କୁ ଛାଡି ଚାଲିଗଲା ।

LEAVE A REPLY

Please enter your comment!
Please enter your name here