ଆଫଗାନିସ୍ତାନ ଉପରେ ତାଲିବାନ ଆକ୍ରମଣ ପରେ ପରବର୍ତ୍ତୀ ପରିସ୍ଥିତି ଉପରେ ତୀକ୍ଷ୍ନ ନଜର ରଖିଛି ଭାରତ । କାବୁଲରେ ଫସି ରହିଥିବା ଭାରତୀୟଙ୍କୁ ଏୟାରଲିଫ୍ଟ ଯୋଗେ ଉଦ୍ଧାର କାର୍ଯ୍ୟକୁ ତ୍ବାରାନ୍ବିତ କରାଯାଇଛି । ପ୍ରତିଦିନ ଦୁଇଟି ବିମାନ ଆଫଗାନିସ୍ତାନରୁ ଭାରତୀୟଙ୍କୁ ଉଦ୍ଧାର କରୁଛି । ତେବେ ଏଭଳି ସ୍ଥିତିରେ ସମସ୍ତ ରାଜନୈତିକ ଦଳର ନେତାଙ୍କୁ ଆଫଗାନ ସ୍ଥିତି ସଂପର୍କରେ ଅବଗତ କରାଇବା ଏବଂ ଭବିଷ୍ୟତ ରଣନୀତି ନିର୍ଦ୍ଧାରଣ କରିବା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର । ଆସନ୍ତା ୨୬ରେ ସର୍ବଦଳୀୟ ବୈଠକ ଆହୂତ କରାଯାଇଛି । ଆଫଗାନିସ୍ତାନର ସ୍ଥିତି ଓ ଭାରତର ପଦକ୍ଷେପ ନେଇ ଏହି ବୈଠକରେ ରାଜନୈତିକ ଦଳର ନେତାଙ୍କ ସହ ଆଲୋଚନା କରାଯିବା ସହ ଭାରତର ଆଭିମୁଖ୍ୟ ସ୍ଥିର କରାଯିବ । ସର୍ବଦଳୀୟ ବୈଠକ ଡାକିବା ପାଇଁ ବୈଦେଶିକ ମନ୍ତ୍ରାଳୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ଦ୍ଦେଶ ଦେଇଥିବା ଟୁଇଟ୍ କରି ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ।

LEAVE A REPLY

Please enter your comment!
Please enter your name here