ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ ଅଧିକାରୀ ବିଜୟ ପଟନାୟକ କଂଗ୍ରେସରେ ଯୋଗ ଦେଇଛନ୍ତି I ନୂଆଦିଲ୍ଲୀ ଏ ଆଇ ସି ସି କାର୍ଯ୍ୟାଳୟରେ ଜାତୀୟ ସଭାପତି ମଲ୍ଲୀକାର୍ଜୁନ ଖଡ଼ଗେ ଓ ପିସିସି ସଭାପତି ଶରତ ପଟନାୟକଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି I ଭାଇବ୍ରାଣ୍ଟ କଂଗ୍ରେସ ତାଙ୍କର ସ୍ୱପ୍ନ I ମାତ୍ର ବିଜୟ ପଟନାୟକ, ଯିଏ ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଖାସ ଲୋକ ଥିଲେ, ନବୀନଙ୍କ ପ୍ରିନସିପାଲ ସେକ୍ରେଟାରୀ, ପରେ ଚିଫ ସେକ୍ରେଟାରୀ ହୋଇଥିଲେ I ଚାକିରୀରୁ ଅବସର ପରେ ବି ସରକାର ତାଙ୍କୁ ଥଇଥାନ କରିଥିଲେ I ତା ପରେ ବି ପ୍ରଚ୍ଛଦପଟ୍ଟରେ ରହି ବିଜେଡି ଓ ସରକାରଙ୍କ ପାଇଁ କାମ କରି ଆସୁଥିଲେ, ଆଜି ସେ କଂଗ୍ରେସରେ ମିଶିବା ଏବଂ ମିଶିବା ପରେ ରାଜ୍ୟରେ ଅରାଜକତା ଚାଲିଛି ବୋଲି କହି ସରକାରଙ୍କୁ କଟାକ୍ଷ କରିବା ପଛରେ ଯେ କିଛି କାରଣ ରହିଛି, ଏହା ନିଃସନ୍ଦେହ I ସିଧାକଥା ହେଉଛି, ପାଣ୍ଡିଆନଙ୍କ ପ୍ରଭାବ ଆଗରେ ପଟନାୟକଙ୍କ ପ୍ରଭାବ ଆଉ କାମ କରୁନି I ପାଣ୍ଡିଆନ ବି ଚାଁହୁନାହାନ୍ତି ଆଉ ଜଙ୍ଗଲରେ ସିଂହ ରୁହନ୍ତୁ ବୋଲି I ମାତ୍ର ସିଂହ ସବୁବେଳେ ସିଂହ I ସେଥିପାଇଁ କଂଗ୍ରେସରେ ମିଶି ନବୀନ ପାଣ୍ଡିଆନ ସରକାରକୁ ପାନେ ଦେବାକୁ ସ୍ୱପ୍ନ ଦେଖୁଛନ୍ତି ବିଜୟ I

LEAVE A REPLY

Please enter your comment!
Please enter your name here