ଓଡିଶାର ବିକାଶରେ ରାଜ୍ୟ ସରକାର ବାଧକ । ଏମିତି ଭାଷାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଆଜି ରାଜନୈତିକ ଚିଠା ପ୍ରସ୍ତାବ ଗୃହିତ ହୋଇଛି । ବୈଠକରେ ପାରିତ ପ୍ରସ୍ତାବ ସଂପର୍କରେ ସୂଚନା ଦେଇ ଦଳର ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି, ପଶ୍ଚିମବଙ୍ଗର ମମତା ବାନାର୍ଜୀ ଓ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ମଦ୍ୟରେ କୌଣସି ଫରକ ନାହିଁ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ବିଜେପିର 17 ଜଣ କର୍ମୀଙ୍କୁ ହତ୍ୟା କରାଯାଇଛି । ରାଜନୈତିକ ବିରୋଧୀଙ୍କ ବିରୋଧରେ ମିଥ୍ୟା ମୋକଦ୍ଦମା କରାଯାଉଛି । ଏ ସଂପର୍କରେ ପ୍ରଶ୍ନ କଲେ ସରକାର କିଛି ଉତ୍ତର ରଖୁନାହାଁନ୍ତି । ରାଜ୍ୟରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ମୁଖ୍ୟତଃ ଦଳୀୟ ରଣନୀତି ପ୍ରସ୍ତୁତ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି । ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here