ଆଜି ଆନ୍ତର୍ଜାତୀୟ ମହିଳା ଦିବସ । ସାରା ବିଶ୍ୱରେ ଆଜିର ଦିବସକୁ ମହିଳାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଉଛି । ମହିଳାଙ୍କର ଅଧିକାର ହେଉ ଅବା ସମାଜରେ ସମାନତା । ଆଗକୁ ବଢୁଥିବା ଏବଂ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜି ମାର୍ଗଦର୍ଶକ ସାଜୁଥିବା ପ୍େରତ୍ୟକଟି ନାରୀକୁ ସମ୍ମାନିତ କରିବାର , ସୀକୃତୀ ଦେବାର ଅବସର ଆନ୍ତର୍ଜାତୀୟ ମହିଳା ଦିବସ । ପ୍ରଥମଥର ପାଇଁ ନ୍ୟୁୟର୍କରେ ୧୯୦୯ ମସିହା ମାର୍ଚ୍ଚ ୮ ତାରିଖରେ ପାଳନ କରାଯାଇଥିଲା ମହିଳା ଦିବସ । ଚଳିତବର୍ଷ ଆନ୍ତର୍ଜାତୀୟ ମହିଳା ଦିବସର ଥିମ୍ ରହିଛି ‘ଚୁଜ୍ ଟୁ ଚ୍ୟାଲେଞ୍ଜ’ । କଳା ହେଉ ଅବା କ୍ରୀଡା , ରାଜନୀତି ଓ ସେନା ସବୁ କ୍ଷେତ୍ରରେ ସଫଳତା ପାଇଁ ଏବେ ଆଗରେ ରହୁଛନ୍ତି ମହିଳା । ହକ୍ ଓ ଅଧିକାର ପାଇଁ ନିଜେ ଲଢେଇ କରୁଛନ୍ତି ଓ ସେଥିରେ ସଫଳତା ବି ହାସଲ କରୁଛନ୍ତି । ସେହି ସବୁ ସଫଳ ନାରୀମାନଙ୍କୁ ସମ୍ମାନ ଜଣାଇଛି ଗୁଗଲ ଇଣ୍ଡିଆ । ଗୁଗଲ ଡୁଡଲରେ ସ୍ଥାନ ପାଇଛି ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଏକ ଆନିମେସନ ଭିଡିଓ । ୪୧ ସେକେଣ୍ଡର ଏହି ଆନିମେସନ ଭିଡିଓରେ ମହିଳାଙ୍କ ସଘଂର୍ଷ ଓ ସଫଳତାର କିଛି ଚିତ୍ର ଦେଖାଯାଇଛି ।

LEAVE A REPLY

Please enter your comment!
Please enter your name here