ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ବିଜେଡି ନେତ୍ରୀ ସଂଯୁକ୍ତା ମହଲ । ମନ୍ତ୍ରୀଙ୍କ ବିରୋଧରେ ଏତଲା ଦାୟର ପାଇଁ ଥାନାରେ ଅଡି ବସିଥିଲେ । ମହିଳାଙ୍କ ଜିଦ୍ ପରେ ପୋଲିସ ତାଙ୍କର ଡାକ୍ତରୀ ମାଇନା ବି କଲେ । ମାତ୍ର ଏତଲା ରୁଜୁ ହେଲାନି । ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ନିଜ ଦଳର ଜଣେ ନେତ୍ରୀ ଦୁଷ୍କର୍ମ ଅଭିଯୋଗ କରିବା ସରକାରଙ୍କୁ ଅଡୁଆରେ ପକାଇଥିଲା । ବିରୋଧୀ ବି ତୁମ୍ବିତୋଫାନ କରିବା ଆରମ୍ଭ କରିଦେଇଥିଲେ । ଶଙ୍ଖ ଭବନ ଉଦଘାଟନ ଦିନ ବି ମହିଳା କାନ୍ଦି କାନ୍ଦି ନ୍ୟାୟ ଭିକ୍ଷା କରୁଥିଲେ । ମାତ୍ର ଅଭିଯୋଗକୁ ରଫାଦଫା କରିବା ପାଇଁ ଚାଲ୍ ଖେଳିଛନ୍ତି ମନ୍ତ୍ରୀ । ସଂପୃକ୍ତ ମହିଳାଙ୍କୁ ଏବେ ନିଜ ବିଭାଗରେ ଥଇଥାନ କରିଛନ୍ତି । ଶ୍ରମ ବିଭାଗ ଅଧୀନରେ ଥିବା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡର ସଦସ୍ୟ ଭାବେ ସଂଯୁକ୍ତା ମହଲଙ୍କୁ ନିଯୁକ୍ତି ଦିଆଯାଇଛି । ଶ୍ରମ ମନ୍ତ୍ରୀଙ୍କ ମଂଜୁରୀ ପରେ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଗତ ଏପ୍ରିଲ 13 ତାରିଖରେ ସଂଯୁକ୍ତା ଶ୍ରମ ମନ୍ତ୍ରୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଏବେ ସଂଯୁକ୍ତାଙ୍କୁ ନିଯୁକ୍ତି ଦେଇ ଶ୍ରମ ମନ୍ତ୍ରୀ ମାମଲାକୁ ଦଫାରଫା କରିଦେଇଛନ୍ତି ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here