ପୁଣି ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି. ଜମ୍ମୁ କଶ୍ମୀରର ବଡଗାମ ଜିଲ୍ଲାରେ ସର୍ଚ୍ଚ ଅପରେସନ ସମୟରେ ଏହି ଗୁଳି ବିନିମୟ ହୋଇଛି. ଫଳରେ 2 ଆତଙ୍କବାଦୀ ନିହତ ହୋଇଥିବା ବେଳେ 4 ଜଣ ଯବାନ ଆହତ ହୋଇଛନ୍ତି. ସେହି ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ସୂଚନା ମିଳିଥିଲା. ପରେ ସେନା ଓ ଜମ୍ମୁ କଶ୍ମୀର ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ. ଫଳରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଫଳରେ 2 ଆତଙ୍କବାଦୀ ଟଳିବା ସହ 4 ଜଣ ଯବାନ ଆହତ ହୋଇଥିଲେ.

LEAVE A REPLY

Please enter your comment!
Please enter your name here