ପାଠ ପଢିକି ଆସୁ ବିଜେଡି । ଏନଏମଏ ବାଇ-ଲ କଲାବେଳେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ପଚାରିନାହାଁନ୍ତି ବୋଲି ବିଜେଡି ନେତାଙ୍କ ଯୁକ୍ତି ପରେ ଏମିତି କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଏନଏମଏ ବାଇ-ଲ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରି ଅପରାଜିତା କହିଛନ୍ତି, 2014 ମସିହାର ଗାଜେଟ ଅନୁସାରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଏନଓସି ଦେବା ପାଇଁ ପ୍ରାଧିକୃତ ଅଧିକାରୀ । ଏପରିକି ଚାରୋଟି ବେସରକାରୀ ସଂସ୍ଥାକୁ ଏନଓସି ମଧ୍ୟ ଦିଆଯାଇଛି । ତେଣୁ ରାଜ୍ୟ ସରକାର ବାଇ-ଲ ସଂପର୍କରେ କିଛି ଜାଣିନାହାଁନ୍ତି ବୋଲି ଯାହା କହୁଛନ୍ତି, ସେଥିରେ ସତ୍ୟତା ନାହିଁ । ସରକାର ଜାଣି ନାହାଁନ୍ତି ବୋଲି କହିବା ସରକାରଙ୍କ ଅପରିପକ୍ବତା ବୋଲି କହିଛନ୍ତି ଅପରାଜିତା । ଲୋକମାନଙ୍କୁ ବିଭ୍ରାନ୍ତ ନକରିବା ପାଇଁ ସେ ସରକାରଙ୍କୁ ନିବେଦନ କରିଛନ୍ତି । ଏଏମଏସଏଆର ଆକ୍ଟ 1958 ଧାରା ଅନୁସାରେ ବାଇ-ଲ କରାଯାଇଥିବା ବେଳେ ସରକାର ଜାଣିପାରିଲେନି କେମିତି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା ।