ପୁଣି ଆରମ୍ଭ ହେବ ସାରଥି ବାବଙ୍କ ପ୍ରବଚନ । ଆଜି ହାଇକୋର୍ଟଙ୍କୁ ସାରଥୀଙ୍କୁ ପ୍ରବଚନ ଦେବାକୁ ଅନୁମତି ଦେଇଛନ୍ତି । ସର୍ବାଧିକ ଦୁଇଶହ ଲୋକଙ୍କୁ ନେଇ ସାରଥୀ ପ୍ରବଚନ ଦେଇପାରିବେ ବୋଲି କୋର୍ଟ କହିଛନ୍ତି । କୋଭିଡ କଟକଣା ନିୟମ ମାନି ଏହି ପ୍ରବଚନ କାର୍ଯ୍ୟକ୍ରମ କରାଯାଇପାରିବ । ପ୍ରବଚନ ପାଇଁ ଅନୁମତି ଦେବାକୁ ସାରଥି ହାଇକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ । ନିଜକୁ ଆତ୍ମଘୋଷିତ ଭଗବାନଙ୍କ ଅବତାର ବୋଲି କହୁଥିବା ବହୁଚର୍ଚ୍ଚିତ ସାରଥି ବାବା ଓରଫ ସନ୍ତୋଷ ରାଉଳଙ୍କୁ ରାଜ୍ୟ କ୍ରାଇମବ୍ରାଞ୍ଚ 2015 ଅଗଷ୍ଟରେ ଗିରଫ କରିଥିଲା । ଆଧ୍ୟାତ୍ମିକତା ନାଁରେ ଲୋକଙ୍କୁ ଠକିବା ଅଭିଯୋଗରେ ପୋଲିସ ସାରଥୀଙ୍କୁ ଗିରଫ କରିଥିବା ବେଳେ 2019, ଜୁଲାଇରେ ତାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here