ବାଚସ୍ପତି ନିର୍ବାଚନକୁ ବର୍ଜନ କଲା କଂଗ୍ରେସ । ଆସନ୍ତା 21 ତାରିଖରେ ସରକାର ବିଧାନସଭା ଡାକିଥିବାରୁ କଂଗ୍ରେସ ଏହାକୁ ନିନ୍ଦା କରିଛି । ଆସନ୍ତା 20 ତାରିଖରେ ନୂଆଁଖାଇ ପଡୁଥିବାରୁ ଏବଂ ପଶ୍ଚିମ ଓଡିଶାରେ ଦୁଇଦିନ ଧରି ନୂଆଁଖାଇ ପାଳନ ହେଉଥିବାରୁ ରାଜ୍ୟ ସରକାର ପଶ୍ଚିମ ଓଡିଶାବାସୀଙ୍କୁ ହେୟଜ୍ଞାନ କରୁଛନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର । କଂଗ୍ରେସର କୌଣସି ବିଧାୟକ 21 ତାରିଖରେ ବିଧାନସଭାରେ ଯୋଗ ଦେବେ ନାହିଁ । ପଶ୍ଚିମ ଓଡିଶାବାସୀ ନୂଆଁଖାଇ ପର୍ବ ପାଳନ କରୁଥିବା ବେଳେ ବିଧାନସଭା ଡାକିବା ପଶ୍ଚିମ ଓଡିଶାବାସୀଙ୍କ ପ୍ରତି ଉପହାସ ବୋଲି ସେ କହିଛନ୍ତି । ପ୍ରତିବାଦ ସତ୍ତେ ସରକାର କର୍ଣ୍ଣପାତ କରୁନାହାଁନ୍ତି ।

LEAVE A REPLY

Please enter your comment!
Please enter your name here