ବିଜୁ ମହିଳା ଜନତା ଦଳରେ ନୂଆ ରାଜ୍ୟସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ନିଯୁକ୍ତ କରାଯାଇଛି । ବିଜୁ ମହିଳା ଜନତା ଦଳର ସଭାପତି ତଥା ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସୁପାରିଶ ଅନୁଯାୟୀ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ନିଯୁକ୍ତିରେ ମୋହର ମାରିଛନ୍ତି ।

ବିଜୁ ମହିଳା ଜନତା ଦଳର ଉପଦେଷ୍ଟା ଭାବେ ରାଜଶ୍ରୀ ମଲ୍ଲିକ, ମଞ୍ଜୁଲତା ମଣ୍ଡଳ, ରୀତା ତରାଇ, ଲତିକା ପ୍ରଧାନ ଓ ନନ୍ଦିନୀ ଦେବୀଙ୍କୁ ନିଯୁକ୍ତି ମିଳିଥିବା ବେଳେ ସୁବାସିନୀ ଜେନା, ସୁଲତା ଦେଓ ଓ ନିବେଦିତା ମହାନ୍ତିଙ୍କୁ କାର୍ଯ୍ୟକାରୀ ସଭାପତି ପଦରେ ନିଯୁକ୍ତି ମିଳିଛି । ସେହିପରି ମହାସଚିବ ପଦରେ
କସ୍ତୁରୀ ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି ।
ଜୟଶ୍ରୀ ଦାସଙ୍କୁ କୋଷାଧ୍ୟକ୍ଷ ଏବଂ ମାନସୀ ସୁନ୍ଦରରାୟଙ୍କୁ ସୋସିଆଲ୍ ମିଡିଆ ସଂଯୋଜକ ଦାୟିତ୍ବ ଦିଆଯାଇଛି ।

9 ଜଣଙ୍କୁ ବରିଷ୍ଠ ଉପସଭାପତି, 27 ଜଣଙ୍କୁ ଉପସଭାପତି କରାଯାଇଛି ।

35 ଜଣଙ୍କୁ ସାଧାରଣ ସମ୍ପାଦକ, 36 ଜଣଙ୍କୁ ସମ୍ପାଦକ ଓ 28 ଜଣଙ୍କୁ ଯୁଗ୍ମ ସମ୍ପାଦକ କରାଯାଇଛି ।

ସେହିପରି ସାତଟି ଜୋନରେ ନୂଆ ସଭାପତି ନିଯୁକ୍ତ କରାଯାଇଛି । ଭୁବନେଶ୍ୱର ଜୋନ୍‌ ପାଇଁ ରଞ୍ଜୁଲତା ରାୟ, କଟକ ପାଇଁ ଶୁଭଶ୍ରୀ ଦାସ, ବାଲେଶ୍ବର – ବୀଣାପାଣି ସାହୁ, ସମ୍ବଲପୁର – ସବିତା ଆଚାର୍ଯ୍ୟ, ବଲାଙ୍ଗୀର – କଲ୍ୟାଣୀ ନାୟକ, ଗଞ୍ଜାମ – ମମତା ବିଷୋୟୀ, ଏବଂ ରୀତା ପାଣିଗ୍ରାହୀଙ୍କୁ କୋରାପୁଟ ଜୋନ୍‌ର ସଭାପତି ଭାବେ ନିଯୁକ୍ତି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here