ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେଡି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଦଳ ପକ୍ଷରୁ ପ୍ରଚାର ଆରମ୍ଭ ହୋଇଯାଇଛି । ଆଜି ଲୋକସଭା ପ୍ରାର୍ଥୀ ମନ୍ମଥଙ୍କୁ ନେଇ ସକାଳୁ ସକାଳୁ ପ୍ରଚାରରେ ବାହାରିଥିଲେ ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳି ବିଧାୟକ ସୁଶାନ୍ତ ରାଉତ ଏବଂ ମେୟର ସୁଲୋଚନା ଦାସ । ଭୁବନେଶ୍ବରର ଏକ ପାର୍କରେ ମଣ୍ଣିଂ ଓ୍ୱାକ୍ କରୁଥିବା ଲୋକମାନଙ୍କୁ ବିଧାୟକ ଓ ମେୟର ଲୋକସଭା ପ୍ରାର୍ଥୀ ମନ୍ମଥଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ । ନିଜେ ମନ୍ମଥ ହାତ ଯୋଡି ଛିଡା ହୋଇଥିଲେ । କିନ୍ତୁ ବିଜେଡି ନେତାମାନଙ୍କ ନିବେଦନକୁ ମୁହେଁମୁହେଁ ଅଗ୍ରାହ୍ୟ କରିଦେଇଥିଲେ ଲୋକେ । ଜଣେ ବୟସ୍କ ବ୍ୟକ୍ତି ଉତ୍ତର ଦେଇଥିଲେ, ମନ୍ମଥ କହିଲେ କଣ ହେବ, ଲୋକେ ଚାହୁଁଛନ୍ତି ଅପରାଜିତା । ବିଧାୟକ, ମେୟର ଏବଂ ନିଜେ ମନ୍ମଥ ଲୋକଙ୍କ ମୁହଁରୁ ଏଭଳି କଥା ଶୁଣି ଅପ୍ରସ୍ତୁତ ହୋଇଯାଇଥିଲେ ହେଁ ଲୋକଙ୍କ ରୋକଠୋକ୍ କଥାକୁ ନେଇ ସେଠାରେ କିଛି ସମୟ ହାସ୍ୟରୋଳ ସୃଷ୍ଟି ହୋଇଥିଲା ।

LEAVE A REPLY

Please enter your comment!
Please enter your name here