ଦ୍ୱାଦଶ ବିଶ୍ୱକପ୍ର ୧୮ ତମ ମ୍ୟାଚରେ ଆସନ୍ତାକାଲି ନ୍ୟୁଜିଲ୍ୟାଣ୍ଡକୁ ଭେଟିବ ଭାରତ । ଭାରତୀୟ ସମୟ ଅପରାହ୍ନ ୩ ଟାରେ ମ୍ୟାଚ ଆରମ୍ଭ ହେବ । ଚଳିତ ବିଶ୍ୱକପରେ ଦୁଇ ଟିମ ଜବରଦସ୍ତ ଫର୍ମରେ ଅଛନ୍ତି । ଭାରତ ଚଳିତ ବିଶ୍ୱକପ୍ରେ ଦୁଇଟି ମ୍ୟାଚ ଖେଳି ଦୁଇଟିରେ ବିଜୟ ହାସଲ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ବି ତିନୋଟି ମ୍ୟାଚ ଖେଳି ତିନୋଟିରେ ବିଜୟ ଲାଭ କରିଛି । ଆସନ୍ତାକାଲି ମ୍ୟାଚରେ କେନ୍ ୱିଲିୟମସନଙ୍କ ଟିମ୍ କୁ ମାତ ଦେବା ପାଇଁ ପଡିଆକୁ ଓହ୍ଲାଇବ ବିରାଟ ବାହିନୀ । ରସ୍ ଟେଲର ,ଟିମ୍ ସାଉଦି , ମାର୍ଟିନ ଗୁପଟିଲ ଓ ଟେଣ୍ଟବୋଲ୍ଟଙ୍କ ଭଳି ଅଭି ଖେଳାଳି ନ୍ୟୁଜିଲ୍ୟାଣ୍ଡ ଟିମ୍ ଶକ୍ତି ବୃଦ୍ଧି କରୁଛନ୍ତି । ସେହିପରି ରନ୍ ମେସିନ୍ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆରେ ରୋହିତ ଶର୍ମା ,ଏମ୍ ଏସ୍ ଧୋନି ,ବିଶ୍ୱର ଏକ ନମ୍ବର ବୋଲର ଯସପ୍ରିତ୍ ବୁମ୍ରା ,ଭୁବନେଶ୍ୱର କୁମାର ଓ ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡିଆ ଟିମକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ତୁଲାଉଛନ୍ତି । ଉଭୟ ଦଳ ଖୁବ ଭଲ ଫର୍ମରେ ଥିବରୁ ଆସନ୍ତାକାଲିର ମ୍ୟାଚ୍ ରେ କଡା ଟକ୍କର ହେବ ।