ସାଧାରଣ ଲୋକମାନେ ରାତିରେ ଶୋଇଲାବେଳେ ନିଜ ଘରର ଟେଲିଭିଜନ କିମ୍ବା ଘରର ଲାଇଟ୍ ଚଲେଇ ଶୋଇ ପଡିଥାନ୍ତି । ତେବେ ଏହା ଫିଟନେସ୍ ପ୍ରତି କ୍ଷତିକାରକ ହୋଇଥାଏ । ଏକ ଅନୁଧ୍ୟାନରୁ ଜଣା ପଡିଛିଯେ ରାତିରେ କୃତ୍ରିମ କିରଣରେ ଶୋଇବା ଦ୍ୱାରା ସାଧାରଣତଃ ମହିଳାଙ୍କ ଫ୍ୟାଟ୍ ବୃଦ୍ଧି ହେବାକୁ ଲାଗିଥାଏ । ସେହିପରି ରାତିରେ ଶୋଇବା ସମୟରେ ମହିଳାମାନେ ଲାଇଟ୍ ବନ୍ଦକରି ଶୋଇବା ଦ୍ୱାରା ଅଥବା ହାଲ୍କା କିରଣରେ ଶୋଇବା ଦ୍ୱାରା ଓଜନ ବୃଦ୍ଧି ହୋଇ ନଥାଏ । କିନ୍ତୁ ଯେଉଁ ମହିଳା ଅତ୍ୟଧିକ ଲାଇଟ୍ କିମ୍ବା ଟେଲିଭିଜନ ଲାଇଟ୍ରେ ଶୋଇଥାନ୍ତି, ସେମାନଙ୍କର ପାଖାପାଖି ୫ କିଲୋ ଓଜନ ବୃଦ୍ଧି ହୋଇଥାଏ ।

LEAVE A REPLY

Please enter your comment!
Please enter your name here