ଏସୀୟ କ୍ରିଡାରେ ଭାରତର ପଦକ ସଂଖ୍ୟା ଶହେ ଛୁଇଁଛି । ଭାରତୀୟ ମହିଳା କବାଡି ଟିମ୍ ଫାଇନାଲରେ ଚାଇନା ତାଇପେଇକୁ ହରାଇ ସ୍ବର୍ଣ୍ଣ ପଦକ ଜିତିବା ପରେ ଭାରତର ପଦକ ସଂଖ୍ୟା ଶହେ ଛୁଇଁଥିଲା । ଏସୀୟ କ୍ରିଡାରେ ଭାରତ ପ୍ରଥମ ଥର ପାଇଁ ଶହେରୁ ଅଧିକ ପଦକ ଜିତିବାରେ ସଫଳ ହୋଇଛି । ଭାରତୀୟ ଟିମ୍ ଶହେଟି ପଦକ ଜିତିବା ପରେ ସାରା ଦେଶରେ ଉତ୍ସାହ ଦେଖାଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ।
ଏପର୍ଯ୍ୟନ୍ତ ଭାରତ ପାଇଥିବା ଶହେ ପଦକ ମଧ୍ୟରେ 25ଟି ସ୍ବର୍ଣ୍ଣ, 35ଟି ରୌପ୍ୟ ଏବଂ 40ଟି ବ୍ରୋଞ୍ଚ ପଦକ ରହିଛି । ଅନେକ ବିଭାଗରେ ଭାରତୀୟ ଖେଳାଳିମାନେ ଆଶ୍ଚର୍ଯ୍ୟଜନକ ଭାବେ ପଦକ ହାସଲ କରିଛନ୍ତି । ଆସନ୍ତାକାଲି ଉଦଯାପନୀ ଉତ୍ସବ ରହିଛି । ତେବେ ଖେଳ ଶେଷ ସୁଦ୍ଧା ଭାରତର ପଦକ ସଂଖ୍ୟା ଶହେ ଅତିକ୍ରମ କରିବା ନିଶ୍ଚିତ ହୋଇଛି । ଗତଥର ଇଣ୍ଡୋନେସିଆରେ ହୋଇଥିବା ଏସୀୟ କ୍ରୀଡାରେ ଭାରତ 70ଟି ପଦକ ପାଇଥିଲା ।

LEAVE A REPLY

Please enter your comment!
Please enter your name here