ବିଶ୍ବ ଆଥେଲେଟିକ୍ସ ଚାମ୍ବିଅସିପରେ ଜାଭିଲିନଥ୍ରୋରେ ପଞ୍ଚମ ସ୍ଥାନରେ ରହିଥିବା କିଶୋର ଜେନାଙ୍କୁ 25 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ପ୍ରଥମ ଖେଳାଳି ଭାବେ କିଶୋର ଜେନାଙ୍କ ଏହି ସଫଳତା ରାଜ୍ୟର ଖେଳାଳିଙ୍କ ପାଇଁ ପ୍ରେରଣାର ଉତ୍ସ । ପଦକ ପାଇବାରେ ବିଫଳ ହୋଇଥିଲେ ହେଁ କିଶୋର ପ୍ରଦର୍ଶନ ଉତ୍ସାହଜନକ ଥିଲା । ସେ 84.77 ମିଟର ଦୂରକୁ ଜାଭଲିନ ଥ୍ରୋ କରି ପଞ୍ଚମ ସ୍ଥାନରେ ରହିଥିଲେ । ତେବେ ଏହା କିଶୋରଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଏବଂ ରାଜ୍ୟ ପାଇଁ ଗୌରବର ବିଷୟ । ଗତକାଲି ଭାରତୀୟ ଆଥଲେଟ୍ ନିରଜ ଚୋପ୍ରା ଜାଭଲିନ ଥ୍ରୋ ରେ ସ୍ବର୍ଣ୍ଣପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଛନ୍ତି ।

LEAVE A REPLY

Please enter your comment!
Please enter your name here