2019 ଲୋକସଭା ନିର୍ବାଚନକୁ ନେଇ ନରେନ୍ଦ୍ର ମୋଦିଙ୍କୁ ସର୍ବଦା ସହଯୋଗ କରୁଥିବା ବାବା ରାମଦେବ ନିଜ ପ୍ରତିକ୍ରିୟା ରଖିଛନ୍ତି. ଆଗାମୀ 2019 ନିର୍ବାଚନରେ ପରବରର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବ ତାକୁ କହିବା ସମ୍ଭବ ନୁହେଁ. ମଦୁରାଇରେ ମଙ୍ଗଳବାର ରାମଦେବ କହିଛନ୍ତି, ବର୍ତ୍ତମାନ ରାଜନୀତିକ ସ୍ଥିତି ବହୁ ଦ୍ୱିଧାପୂର୍ଣ୍ଣ ରହିଛି. ଆମେ କହିପାରିବାନି ଯେ ମୋଦିଙ୍କ ପରେ କିଏ ପ୍ରଧାନମନ୍ତ୍ରୀ ହେବ. ତେବେ କେବଳ ଏତିକି ନୁହେଁ, 2019 ଲୋକସଭା ନିର୍ବାଚନର ସମର୍ଥକଙ୍କୁ ନେଇ ମଧ୍ୟ ବାବା ରାମଦେବ ଏକ ବଡ କଥା କହିଛନ୍ତି, ସେ କହିଛନ୍ତି ଯେ- ‘ମୁଁ କାହାକୁ ସମର୍ଥନ କରେ ନାହିଁ କି ବିରୋଧ ମଧ୍ୟ କରେନାହିଁ. ସାମ୍ପ୍ରଦାୟିକ କିମ୍ବା ହିନ୍ଦୁ ଭାରତ ନିର୍ମାଣ କରିବା ଆମର ଉଦ୍ଦେଶ୍ୟ ନୁହେଁ, ବରଂ ଆମେ ଆଧ୍ୟାତ୍ମିକ ଭାରତ ନିର୍ମାଣ କରିବା ଉଚିତ୍’.

LEAVE A REPLY

Please enter your comment!
Please enter your name here