ଭାରତୀୟ କ୍ରିକେଟ୍ ଟିମର ଲେଫ୍ଟ ହ୍ୟାଣ୍ଡ ବ୍ୟାଟସ୍‌ମ୍ୟାନ୍‌ ଯୁବରାଜ ସିଂହ ଟିମକୁ ପର୍ତ୍ତ୍ୟାବର୍ତ୍ତନ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ନିକଟରେ ଖରାପ ଫର୍ମ ଦେଇ ଗତି କରୁଥିବାରୁ ତାଙ୍କୁ ଦଳରେ ସ୍ଥାନ ମିଳୁନାହିଁ । କିନ୍ତୁ ଏଥିରେ ହାର ନମାନି ପୁଣି କମ୍‌ ବ୍ୟାକ୍‌ କରିବାକୁ ଚଳାଇଛନ୍ତି କସ୍‌ରତ। ୨୦୧୧ ବିଶ୍ୱକପ୍‌ ଓ ୨୦୦୭ ଟି-୨୦ ବିଶ୍ୱକପ୍‌ରେ ଦମଦାର ପ୍ରଦର୍ଶନ କରି ଫର୍ମ ରେ ଥିଲେ ୟୁଭି ।

ପୂର୍ବରୁ କ୍ୟାନସର୍‌ ଭଳି ରୋଗରୁ ଭଲ ହୋଇ ଇଣ୍ଟରନ୍ୟାଶନାଲ୍‌ କ୍ରିକେଟ୍‌କୁ ଫେରିଥିବା ଯୁବରାଜ ଏବେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଭିଡିଓ ପୋଷ୍ଟ କରିବା ସହ ୟୁଭି ଏଥିରେ ଲେଖିଛନ୍ତି,“ଗତବର୍ଷ କେତେକ କହିଥିଲେ, ପାୱାର ଟ୍ରେନିଂ ନେବାକୁ ମୁଁ ଅକ୍ଷମ ଏବଂ ପ୍ରତିଦିନ କେବଳ ରୁଟିନ୍‌ ଟ୍ରେନିଂ ନେଇପାରିବି। କିନ୍ତୁ ଏକଥା ଭାବିବା ଭୁଲ ଯେ ମୁଁ ପାୱାର ଟ୍ରେନିଂ ନେଇପାରିବି ନାହିଁ। ମୋ ଗୋଲ୍‌ରେ ପହଞ୍ଚିବା ଯାଏ ମୁଁ ପରିଶ୍ରମ କରି ଚାଲିଥିବି। ମୁଁ ପୁଣିଥରେ ବ୍ୟାକ୍‌ କରିଛି। ଏଥର ପାୱାର ଟ୍ରେନିଂ ମଧ୍ୟ କରୁଛି। ତେଣୁ କେବେ ଭାବିବା ଠିକ୍‌ ନୁହେଁ ଯେ, ନୂଆ କଥା ଶିଖିବା ପାଇଁ ବୟସ୍‌ କେବେ ହେଲେ ବାଧକ ସାଜିବ। ନୂଆ ଜିନିଷ ଶିଖି କେମିତି ଶୀର୍ଷରେ ପହଞ୍ଚି ହେବ, ମୁଁ ଭଲ ଭାବେ ଜାଣେ।”

LEAVE A REPLY

Please enter your comment!
Please enter your name here