ଆଗକୁ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ଚି-20 ମ୍ୟାଚରେ ଖେଳିବେନି ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ. ତେବେ ଧୋନୀ କାହିଁକି ଟି-20 ମ୍ୟାଚରେ ଖେଳିବେନି ଏହାର ବିଭିନ୍ନ କାରଣ ଥିବା କୁହାଯାଉଛି. ଏହାଛଡା ଅଷ୍ଟ୍ରେଲିଆରେ ମଧ୍ୟ ହେବାକୁ ଥିବା ଟି-20 ମ୍ୟାଚରେ ଧୋନୀ ଖେଳିବେ ନାହିଁ ବୋଲି କୁହାଯାଇଛି. ଗତ ଏକ ବର୍ଷ ହେବ ସେ ଭଲ ଫର୍ମରେ ନଥିବା ଏକ୍ସପର୍ଟ କହିଛନ୍ତି ଏବଂ 2018ରେ ତାଙ୍କର ଷ୍ଟ୍ରାଇକ୍ ରେଟ 70.47 ରହିଛି. ତେବେ କ୍ୟାଲେଣ୍ଡର ବର୍ଷରେ ତାଙ୍କର ଖରାପ ପ୍ରଦର୍ଶନ ରହିଥିବା ଏକ୍ସପର୍ଟ ମତ ଦେଇଛନ୍ତି. ଧୋନୀ ନ ଖେଳିବାର  ଆଉ ଏକ ବଡ କାରଣ ହେଲା, ପୂର୍ବରୁ ୱେଷ୍ଟ ଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଦିନିକିଆ ମ୍ୟାଚରେ ମଧ୍ୟ ଧୋନୀ ଭଲ ପ୍ରଦର୍ଶନ କରିନାହାନ୍ତି. ଯେଉଁଥିପାଇଁ ତାଙ୍କୁ ଏହି ଟି-20 ମ୍ୟାଚରୁ ବାଦ୍ କରାଯାଇଛି.

      ଟି୨୦ ସିରିଜ ପାଇଁ ଶୁକ୍ରବାର ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି.ନଭେମ୍ବର ୪ରୁ ଆରମ୍ଭ ହେବାକୁଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରୁ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ରୋହିତ ଶର୍ମା ଦଳର ନେତୃତ୍ୱ ନେବେ.ତେବେ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଲାଗି ଦଳକୁ ପ୍ରତ୍ୟାବର୍ତ୍ତନ କରିବେ. ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଚୟନ କମିଟି ଏହି ଗୁରୁତ୍ୱପୂର୍ଣ୍ଣ ସିରିଜ ପାଇଁ ୧୮ ଜଣିଆ ଦଳ ଘୋଷଣା କରିଛି. କୋହଲି କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଭାରତର ଅଧିନାୟକତ୍ୱ କରିବେ. ସିଲେକ୍ସନ ପ୍ୟାନେଲ ଆହୁରି ମଧ୍ୟ ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ପ୍ରଥମ ୪ ଦିନିଆ ମ୍ୟାଚ ପାଇଁ ୧୫ ଜଣିଆ ଭାରତ ଏ’ ଦଳ ମନୋନୟନ କରିଛି.

 

LEAVE A REPLY

Please enter your comment!
Please enter your name here