ଆଗକୁ ହେବାକୁ ଥିବା ଭୁବନେଶ୍ୱର ଆର୍ଟ ଟ୍ରେଲରେ (ବିଏଟି) ଭାଗନେବାକୁ ଥିବା କଳା କାରିଗରଙ୍କ ମଧ୍ୟରେ ସୁଚିସ୍ମିତା ମହାରଣା ହେଉଛନ୍ତି ଅନ୍ୟତମ. ନିଜର ଦକ୍ଷତାକୁ ପ୍ରଦର୍ଶିତ କରିବା ପାଇଁ ସେ ବିଭିନ୍ନ ପ୍ରକାର ଚିତ୍ରକଳା, ମୂର୍ତ୍ତିକଳା, ଫଟୋଗ୍ରାଫି ଓ ସ୍ଥାପନାକୁ ଉପଯୋଗ କରନ୍ତି. ସୁଚିସ୍ମିତା ମୂର୍ତ୍ତିକଳାରେ ସ୍ନାତ୍ତକୋତର କରିଥିବା ବେଳେ ପଥର ଏବଂ କାଠରେ ବିଭିନ୍ନ ପ୍ରକାର କଳା ମଧ୍ୟ ପ୍ରଦର୍ଶିତ କରିଛନ୍ତି. ତେବେ ଦେଶର ବିଭିନ୍ନ ଅନୁଷ୍ଠାନରେ ଯୋଗଦେଇ ନିଜର ପ୍ରତିଭାକୁ ପୁଲକିତ କରିଛନ୍ତି ସୁଚିସ୍ମିତା. ଏହା ଛଡା ଯେତେବେଳେ ସେ ଦିଲ୍ଲୀର ରାଷ୍ଟ୍ରୀୟ ସଂଗ୍ରହାଳୟରେ କଳା ଓ ଇତିହାସ କାର୍ଯ୍ୟକ୍ରମରେ ଥିଲେ ସେତେବେଳେ ସେ ତାଙ୍କର ଭାବନାକୁ ଅଧିକ ବିକଶିତ କରିବା ପାଇଁ ଆରମ୍ଭ କରିଥିଲେ. ଯାହା ତାଙ୍କୁ ପରେ ନିଜ ମାଟି ଓଡିଶା ବିଷୟରେ ଭାବିବା ପାଇଁ ସାହାଯ୍ୟ କରିଥିଲା. ଚାଷୀ ପରିବାରରୁ ଆସିଥିବା ସୁଚିସ୍ମିତା ସବୁବେଳେ ପ୍ରକୃତି ଓ ସବୁଜଭରା କ୍ଷେତକୁ ଅନୁଭବ କରିଛନ୍ତି ଯାହା ତାଙ୍କ କଳାରେ ସ୍ପଷ୍ଟ ଭାବରେ ପରିଲକ୍ଷିତ ହୁଏ. କାରିଗରୀକୁ ଛାଡିଦେଲେ ସୁଚିସ୍ମିତା ନୂଆ ନୂଆ ଖାଦ୍ୟ ପ୍ରସ୍ତୁତ କରିବାକୁ ଭଲପାଆନ୍ତି. ଏହାଛଡା ଖାଦ୍ୟର ଡିଜାଇନ ଓ ଖାଦ୍ୟର ଫଟୋଗ୍ରାଫିରେ ମଧ୍ୟ ରୁଚି ରଖିଛନ୍ତି ସୁଚିସ୍ମିତା. ତେବେ ସେ ଓଡିଶାର ଖାଦ୍ୟ ଓ କଳାକୁ ଭଲପାଆନ୍ତି ବୋଲି ପ୍ରକାଶ କରିଛନ୍ତି.

 

LEAVE A REPLY

Please enter your comment!
Please enter your name here