ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି। ପ୍ରଥମ ଓଭରରେ ପ୍ରଥମ ଉଇକେଟର ପତନ ଘଟିଛି। ଗିଲ୍‌ ଏବଂ ଅଭିଶେ‌କ ଶର୍ମା ଇନିଂସ ଓପନ କରିଥିଲେ। ଅଭିଶେକ ପ୍ରଥମ ବଲରେ ୧ ରନ କରିଥିଲେ। ୨ ବଲରେ ଗିଲ୍ ଚଉକା ମାରିଥିଲେ। ୩ୟ ବଲରେ ବଡ଼ ଶଟ୍ ମାରିବାକୁ ଯାଇ ସେ ଆଉଟ୍‌ ହୋଇଯାଇଥିଲେ।ଭାରତ ୬ ୱିକେଟ୍ ହରାଇ ୧୭୫ ରନ୍‌ କରିଛି । ଅନ୍ୟମାନଙ୍କ ମଧ୍ୟରେ ଭାରତ ପକ୍ଷରୁ ତିଳକ ବର୍ମା ୨୬ ରନ୍‍ ଅକ୍ଷର ପଟେଲ ୨୩ କରିଛନ୍ତି ।ପ୍ରଥମ ଓଭରରେ ଆଉଟ୍ ହୋଇଥିଲେ ଭାରତୀୟ କ୍ରିକେଟ୍ ଦଳର ଉପଅଧିନାୟକ ଶୁବମନ ଗିଲ୍ । ପ୍ରଥମ ବଲ୍‌ରେ ଗିଲ୍ ଚଉକା ମାରିବା ପରେ ବଡ଼ ସଟ୍ସ ଖେଳିବାକୁ ଆଶା ରଖିଥିଲେ । ଏହା ପରେ ତୃତୀୟ ଓଭରରେ ଆଉଟ୍ ହୋଇଛନ୍ତି କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ ।ଅଲରାଉଣ୍ଡର ହାର୍ଦ୍ଦିକପାଣ୍ଡ୍ୟା ୫୯ ରନ୍‌ ସଂଗ୍ରହ କରିଥିଲେ। ସେ ୨୮ଟି ବଲ୍‌ ଖେଳି ୬ଟି ଚୌକା ଓ ୪ଟି ଛକା ମାରିଥିଲେ।ଭାରତ ଦେଇଥିବା ୧୭୫ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରୁଛି ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ।

LEAVE A REPLY

Please enter your comment!
Please enter your name here