ଇଣ୍ଡୋନେସିଆର ଜାକର୍ତାରେ ଦୂତି ଚାନ୍ଦଙ୍କ ସଫଳତା ସାରା ରାଜ୍ୟରେ ଖୁସିର ଲହରୀ ଖେଳାଇ ଦେଇଛି । ଏସିଆନ ଗେମ୍ସର ମହିଳା ୧୦୦ମିଟର ରେସରେ ରୌପ୍ୟ ପଦକ ହାସଲ କରି ସେ ଦେଶ ଓ ରାଜ୍ୟକୁ ଗର୍ବିତ କରିବା ସହ ସମାଲୋଚକଙ୍କୁ ଦୃଢ ଜବାବ ଦେବାରେ ସକ୍ଷମ ହୋଇଛନ୍ତି । ଜାକର୍ତାରେ ଶହେ ମିଟର ଦୌଡର ସେମିଫାଇନାଲ ଖେଳରେ ଦୂତୀ ଖୁବ୍ ଭଲ ପ୍ରଦର୍ଶନ କରିଥିଲେ ଏବଂ ଦୌଡ ସରିବା ପରେ ଦ୍ୱନ୍ଦରେ ପଡିଯାଇଥିଲେ ଦୁତୀ କାହିଁକି ନା ସେ କେଉଁ ସ୍ଥାନରେ ଅଛନ୍ତି ସେ ଜାଣିପାରିନଥିଲେ । ପରେ ଜଣାପଡିଲା ମାତ୍ର ଏକ ମାଇକ୍ରୋ ସେକେଣ୍ଡ ପାଇଁ ଦ୍ୱିତୀୟ ସ୍ଥାନରେ ରହିଲେ ଦୂତୀ ଚାନ୍ଦ । ମାତ୍ର ଗୋଟିଏ ମାଇକ୍ରୋ ସେକେଣ୍ଡ ପାଇଁ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ ଏହି ଓଡିଆ ଖେଳାଳୀ । ତେବେ ଓଡିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଶୁଭେଚ୍ଛା ଜଣାଇଛନ୍ତି । କେନ୍ଦ୍ର କ୍ରୀଡାମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

୧୦୦ ମିଟର ଦୌଡରେ ରୌପ୍ୟ ପଦକ ଜିତିଥିବା ଦୂତି ଚାନ୍ଦଙ୍କ ପାଇଁ ରାଜ୍ୟ ସରକାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ପୁରସ୍କାର ବାବଦକୁ ଦେଢ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସଫଳତା ପାଇଁ ଦେଶର ଦୁତ୍ରତମ ଧାବିକାଙ୍କୁ ମୁଖ୍ୟମନ୍ତ୍ରୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here