ଟି-ଟ୍ୱେଣ୍ଟି ବିଶ୍ୱକପ କ୍ରିକେଟ ଫାଇନାଲରେ ପାକିସ୍ତାନ । ସେମିରେ ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ହରାଇଲା ପାକିସ୍ତାନ । ପାକିସ୍ତାନ ଆଗରେ ୧୫୩ ରନର ଟାର୍ଗେଟ ଥିଲା । ପ୍ରଥମେ ବ୍ୟାଟିଂ କରି ଚାରି ୱିକେଟ ହରାଇ ୧୫୨ ରନ୍ କରିଥିଲା ନ୍ୟୁଜିଲାଣ୍ଡ । ଡାରୀ ମିଚେଲଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାରି ବଳରେ ୧୫୨ ରନ୍ କରିଥିଲା ନ୍ୟୁଜିଲାଣ୍ଡ । ଅଧିନାୟକ କେନ ୱିଲିୟମସନ ୪୬ ରନ୍ କରିଥିଲେ । ପାକିସ୍ତାନ ପକ୍ଷରୁ ସାହିନ ଆଫ୍ରିଦ ସର୍ବାଧିକ ୨ଟି ୱିକେଟ ନେଇଥିଲେ । ମହମ୍ମଦ ନୱାଜ ନେଇଥିଲେ ଗୋଟିଏ ୱିକେଟ୍ ।

LEAVE A REPLY

Please enter your comment!
Please enter your name here