ଇଂଲଣ୍ଡରେ ଚାଲିଥିବା ଦ୍ୱାଦଶ ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ଲାଗିଛି ବଡ ଝଟକା । ଆହାତ କାରଣରୁ ତିନି ସପ୍ତାହ ପାଇଁ ଦଳରୁ ବାଦ ପଡିଥିବା ଶିଖର ବର୍ତମାନ ପୁରା ବିଶ୍ୱକପରୁ ବାଦ ପଡିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଆହାତ ହୋଇଥିଲେ ଟିମ୍ ଇଣ୍ଡିଆର ଧୁରନ୍ଦର ଓପନର ଶିଖର ଧାୱନ । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଆହାତ ସତ୍ୱେ ୧୦୯ ବଲ୍ ରୁ ୧୧୭ ରନ୍ ର ଶତକୀୟ ଇଂନିସ ଖେଳିଥିଲେ ଧାୱନ । ଆହତ ପରେ ମଧ୍ୟ ଖୁବ୍ଶୀଘ୍ର ସୁସ୍ଥ ହୋଇ ଟିମକୁ ଫେରିବେ ବୋଲି ଟିମ୍ ମ୍ୟାନେଜମେଣ୍ଟ ଆଶା ବାନ୍ଧି ରଖିଥିଲେ । କିନ୍ତୁ ଆଜି ଡାକ୍ତରଙ୍କ ପରୀକ୍ଷା ପରେ ଶିଖରଙ୍କୁ ସମ୍ପୂର୍ଣ୍ଣ ବିଶ୍ୱକପରୁ ବାଦ ଦିଆଯାଇଛି । ଶିଖର ଆହାତ ହେବା ପରେ ଯୁବ ୱିକେଟ ରକ୍ଷକ ବ୍ୟାଟ୍ସମ୍ୟାନ ରିଷଭ ପନ୍ତକୁ ଇଂଲଣ୍ଡ ଡକାଯାଇଥିଲା । କିନ୍ତୁ ଦଳରେ ସାମିଲ କରାଯାଇନଥିଲା । ବର୍ତମାନ ଶିଖର ବିଶ୍ୱକପରୁ ବାଦ ପଡିବା ପରେ ରିଷଭଙ୍କ ଖେଳିବା ନେଇ ଆଶା ଉପୁଜିଛି ।