ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦାର ଶ୍ରୀହରି ବଳଦେବଜୀଉ ମନ୍ଦିରର ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ । ପ୍ରଶାସନିକ ଅବ୍ୟବସ୍ଥା ଯୋଗୁ ମନ୍ଦିରରେ ତିନି ଠାକୁରଙ୍କ ନୀତିକାନ୍ତିରେ ବି ବିଭ୍ରାଟ । ଜିଲ୍ଲା ପ୍ରଶାସନକୁ ବାରମ୍ବାର ଜଣାଇ ବିଫଳ ହେବା ପରେ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାର ବିଭିନ୍ନ ମଠ ମନ୍ଦିରର ସେବାୟତ ଭୁବନେଶ୍ୱର ଅଭିମୁଖେ ପଦଯାତ୍ରାରେ ବାହାରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସମସ୍ୟା ସୁଧାରିବା ପାଇଁ ସକାଳୁ ଆରମ୍ଭ ହୋଇଥିଲା ପଦଯାତ୍ରା । ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତା ଓ ସେବାୟତ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ ।
ଜିଲ୍ଲା ପ୍ରଶାସନ, ଦେବୋତ୍ତର ବିଭାଗ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଏ ସଂପର୍କରେ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କେହି ଶୁଣୁ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଆର୍ଥିକ ଅନଟନ ସାଙ୍ଗକୁ ପରିଚାଳନାଗତ ତ୍ରୁଟି ପାଇଁ ମନ୍ଦିରରେ ଦୈନିକ ନୀତିକାନ୍ତି ତୁଲାଇବା ବି ସମ୍ଭବ ହୋଇପାରୁନି । ଏପରିକି ରଥ ନିର୍ମାଣ ପାଇଁ ଆବଶ୍ୟକ ରଥକାଠ ଯୋଗାଇବାରେ ପ୍ରଶାସନ ବିଫଳ ହେଉଥିବାରୁ ଅନେକ ସମୟରେ ରଥ ନିର୍ମାଣ ବିଳମ୍ବ ହେଉଛି ।ତେବେ ସମସ୍ୟାର ସମାଧାନ ମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରତିଶ୍ରୁତି ଦେବା ପରେ ପଦଯାତ୍ରା ଅଧାରୁ ବନ୍ଦ ରହିଛି ।

LEAVE A REPLY

Please enter your comment!
Please enter your name here