ଇତିହାସ ରଚିଛି ଟିମ୍ ଇଣ୍ଡିଆ । ଲଗାତାର ଦ୍ୱିତୀୟ ଥର ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡଠାରୁ ଶ୍ରୀଲଙ୍କାର ପରାଜୟ ପରେ ଭାରତକୁ ଫାଇନାଲ ଖେଳିବା ପାଇଁ ଟିକେଟ ମିଳିଛି । ଫାଇନାଲରେ ଅଷ୍ଟ୍ରେଲିଆ ସହ ମୁକାବିଲା କରିବ ଟିମ୍ ଇଣ୍ଡିଆ । ଏହି ଫାଇନାଲ ଟେଷ୍ଟ ମ୍ୟାଚ୍ ଜୁନ୍ ୭ରୁ ୧୧ ମଧ୍ୟରେ ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ଖେଳାଯିବ । କିଛି ସମସ୍ୟା ଉପୁଜିଲେ ସେଥିପାଇଁ ୧୨ ତାରିଖକୁ ରିଜର୍ଭ ଡେ ରଖାଯାଇଛି । ଗତଥର ଫାଇନାଲରେ ନ୍ୟୁଜିଲାଣ୍ଡ ଭାରତକୁ ପରାସ୍ତ କରି ଚାମ୍ପିୟନ ହୋଇଥିଲା । ଏବେ ଅହମ୍ମଦାବାଦରେ ଚତୁର୍ଥ ଟେଷ୍ଟ ଖେଳାଯାଉଛି । ଯେଉଁଥିରେ ଭାରତର ପଲା ଭାରି ରହିଛି । ଜୁନ୍ ୭ରୁ ୧୧ ମଧ୍ୟରେ ଏହି ମ୍ୟାଚ ଖେଳାଯିବ ।

LEAVE A REPLY

Please enter your comment!
Please enter your name here