ରବିବାର ସ୍ୱିଡନିରେ ଖେଳାଯିବ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଶେଷ ଟି-20 ମ୍ୟାଚ. ଗତ ଶୁକ୍ରବାର ହୋଇଥିବା ମ୍ୟାଚରେ ବର୍ଷା ହେବା କାରଣରୁ ମ୍ୟାଚକୁ ବାତିଲ କରାଯାଇଥିଲା. ଯେଉଁଥିପାଇଁ ଭାରତ ଏହି ମ୍ୟାଚ ଖେଳିପାରିନଥିଲା. ଅନ୍ୟପଟେ ପ୍ରଥମ ଟି-20 ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟ ଲାଭ କରିଥିବାରୁ ଆଜିର ମ୍ୟାଚଟି ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ଏବଂ ଦୁଇଟିଯାକ ଦଳ ଜିତିବା ପାଇଁ ଚେଷ୍ଟା କରିବେ. ହେଲେ କହିବାକୁ ଗଲେ ଭାରତ ପାଇଁ ଏହି ମ୍ୟାଚଟି ‘କର ବା ମର’ ପରି ରହିବ. ଯଦି ଏହି ମ୍ୟାଚକୁ ଭାରତ ଜିତିଯାଏ ତାହାଲେ ଉଭୟ ଦଳ ବରାବର ରହିବେ. ତେବେ ଆଜିର ମ୍ୟାଚରେ ସମସ୍ତଙ୍କ ନଜର ଭାରତ ଉପରେ ରହିବ.

 

LEAVE A REPLY

Please enter your comment!
Please enter your name here