ସିବିଆଇ ଡାଇରେକ୍ଟର ପଦରୁ ଆଲୋକ ବର୍ମାଙ୍କୁ ଅବ୍ୟାହତି ଦେଇ ଛୁଟିରେ ପଠାଇବା ପରେ ତାଙ୍କ ପଛରେ ଏବେ ଗୁଇନ୍ଦା ଲଗେଇ ଦିଆଯାଇଛି. ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଆଲୋକ ବର୍ମାଙ୍କ ସୁରକ୍ଷା ଅଧିକାରୀ 4 ଜଣଙ୍କୁ ଗିରଫ କରିଛନ୍ତି. ନୂଆଦିଲ୍ଲୀ ସ୍ଥିତି ଆଲୋକ ବର୍ମାଙ୍କ ଘର ନିକଟରେ ରାସ୍ତା ଉପରେ କାର୍ ଭିତରେ ରହି ଏମାନେ ଶ୍ରୀ ବର୍ମାଙ୍କ ଘରକୁ ନୀରିକ୍ଷଣ କରୁଥିଲେ୍. ସନ୍ଦେହଜନକ ଆଚରଣ ନେଇ ବର୍ମାଙ୍କ ସୁରକ୍ଷା ଅଧିକାରୀ ତାଙ୍କୁ ପଚରାଉଚରା କରିବା ପରେ ସେମାନେ ଇଣ୍ଟେଲିଜେନ୍ସ ବିଭାଗର କର୍ମଚାରୀ ବୋଲି କହିଛନ୍ତି. ତେବେ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଯେଉଁଭଳି ଢଙ୍ଗରେ ବର୍ମାଙ୍କ ସୁରକ୍ଷା ଅଧିକାରୀମାନେ 4ଜଣଙ୍କୁ କାବୁ କରିଛନ୍ତି, ସେଥିରୁ ସେମାନେ ନିଜ ଦାୟିତ୍ବ ବାହାରେ କାର୍ଯ୍ୟ କରିବା ପରି ମନେ ହେଉଛି. ଯଦି ସେଭଳି କିଛି ସନ୍ଦେହ ସୃଷ୍ଟି ହେଲା, ସେମାନେ ପ୍ରଥମେ ସ୍ଥାନୀୟ ଥାନାକୁ ଜଣାଇବା ଉଚିତ ଥିଲା. ତେବେ ବର୍ମାଙ୍କ ସୁରକ୍ଷା ଅଧିକାରୀଙ୍କ ବୟାନ ରେକର୍ଡ କରାଯିବା ସହ ସଂପୃକ୍ତ 4 ଜଣଙ୍କ ବିରୋଧରେ ଏତଲା ରୁଜୁ କରାଯିବ ବୋଲି ପୋଲିସ କହିଛି.

LEAVE A REPLY

Please enter your comment!
Please enter your name here