ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ହେବାକୁ ଯାଉଛି ଏସିଆ କପର ତୃତୀୟ ମ୍ୟାଚ୍. ଏହା ହେଲା ଏସିଆ କପ୍ 2018 ର  ସୁପର-4 ମୁକାବିଲା. ଗ୍ରୁପ୍ ଏ ରୁ ଭାରତ ଓ ପାକିସ୍ତାନ ଏବଂ ଗ୍ରୁପ୍-ବି ରୁ ଆଫଗାନିସ୍ତାନ ଓ ବାଂଲାଦେଶ ଏହି ସୁପର-4 ସ୍ଥାନରେ ପହଁଚିଛନ୍ତି. ତେବେ ସୁପର-4ର ପ୍ରଥମ ଦିନରେ ଦୁଇଟି ହାଇଭୋଲଟେଜ୍ ମ୍ୟାଚ୍ ଦେଖିବାକୁ ମିଳିଛି. ପ୍ରଥମଟି ରେ ଭାରତ-ବାଂଲାଦେଶ ମୁହାଁ ମୁହିଁ ହେବାକୁ ଥିବା ବେଳେ ଏବଂ ଦ୍ୱିତୀୟଟି ରେ ଆଫଗାନିସ୍ତାନ-ପାକିସ୍ତାନ ମୁହାଁ ମୁହିଁ ହେବେ. ଉଭୟ ମ୍ୟାଚ୍ ଦୁବାଇ ଏବଂ ଆବୁଧାବିରେ ଖେଳାଯାଉଛି.

ତେବେ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ କରିଛି. ଭାରତୀୟ ଟିମ୍‌ ବାଂଲାଦେଶକୁ ପ୍ରଥମେ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଛି. ଭାରତୀୟ ଏକାଦଶରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ରବୀନ୍ଦ୍ର ଜାଦେଜାଙ୍କୁ ସ୍ଥାନ ମିଳିଛି।

ଗତ 19 ତାରିଖ ଦିନ ପାକିସ୍ତାନକୁ 8 ୱିକେଟରେ ହରାଇ ଏସିଆ କପରେ ଦ୍ୱିତୀୟ ବିଜୟ ସହ ସୁପର 4 ରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ. ହେଲେ ସୁପର-4 ମ୍ୟାଚ ଖେଳିବା ପୂର୍ବରୁ ଭାରତକୁ ଲାଗିଛି ଜବରଦସ୍ତ ଝଟକା. ଗତ 19 ତାରିଖ ଦିନ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଆହତ ହୋଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା. ତେଣୁ ହାର୍ଦ୍ଦିକଙ୍କ ବଦଳରେ ଦୀପକ ଚହରଙ୍କୁ ଦଳରେ ସ୍ଥାନ ଦିଆଯାଇଛି. ସେହିଭଳି ଦଳରେ ଆଉ ଦୁଇଟି ପରିବର୍ତ୍ତନ କରିଛନ୍ତି ଚୟନକର୍ତ୍ତା. ଅକ୍ଷର ପଟେଲଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜାଙ୍କୁ ଟିମରେ ସାମିଲ କରାଯାଇଥିବା ବେଳେ ସାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ସିଦ୍ଧାର୍ଥ କୌଲଙ୍କୁ ସୁଯୋଗ ଦିଆଯାଇଛି.

LEAVE A REPLY

Please enter your comment!
Please enter your name here