ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ସରକାର ନାରାର ଅସଲ ଗୁମର ଖୋଲି ଦେଇଛି ସିଏଜି । ସିଏଜି ରିପୋର୍ଟ ଆଧାରରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଜେପି କୋର୍ଟକୁ ଯିବ ବୋଲି ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ତ୍ରୟୋଦଶ ଅର୍ଥ କମିଶନରୁ ଗୃହ ବିଭାଗ ପାଇଁ ୧୦୦ କୋଟି ଟଙ୍କାରୁ ୭୫ କୋଟି ଟଙ୍କା ପାଇବା ପରେ ଏହାର ୟୁସି ନଦେବା କାରଣରୁ ରାଜ୍ୟ ସରକାରଙ୍କୁ ୨୫ କୋଟି ଟଙ୍କା ହରାଇବାକୁ ପଡିଛି । ତେବେ ୟୁସି ନଦେବା ପଛରେ ସରକାର ଦୁର୍ନୀତି କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସରକାର ୭୫ କୋଟି ଟଙ୍କା ଚଳୁ କରିଦେଇଥିବାରୁ ଜାଣିଶୁଣି ୟୁସି ଦେଇନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ବିଗତ ଦିନରେ ଥିବା ପୂର୍ତ୍ତ ବିଭାଗର ହିସାବ ପରିଚାଳନା , ସୂଚନା ପଦ୍ଧତିରେ ସୂଚନା ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ନକରି ଇଲେକ୍ଟ୍ରୋନିକ୍ସ ଓାର୍କ ଫ୍ଲୋ ର ବ୍ୟବହାର କରିଛନ୍ତି । ଖୋଦ ମହାଲେଖାଗାର ତାଙ୍କ ରିପୋର୍ଟ ମାର୍ଚ୍ଚ ୨୦୧୭ ସୁଦ୍ଧା ପୂର୍ତ ବିଭାଗ ୧୨ ପ୍ରତିଶତ କାର୍ଯ୍ୟରେ ଇଲେକ୍ଟ୍ରୋନିକ୍ ବ୍ୟବସ୍ଥାରେ ବ୍ୟବହାର କରିଥିବା ବେଳେ ଅନ୍ୟ ସମସ୍ତ କାର୍ଯ୍ୟ ମାନୁଆଲ୍ ପ୍ରକ୍ରିୟାରେ କରିଛନ୍ତି । ସିଏଜି ରାଜ୍ୟ ସରକାରଙ୍କ ଆର୍ଥିକ ଅନିୟମିତତାର ଗୁମର ଖୋଲି ଦେଇଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here