ଭାରତୀୟ କ୍ରିକେଟ ଦଳର ଯୁବ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ ଭାରତୀୟ ଦଳରୁ ୮ ମାସ ପାଇଁ ବାସନ୍ଦ ହୋଇଛନ୍ତି । ଡୋପ୍ ଟେଷ୍ଟରେ ବିଫଳ ହେବାପରେ ବିସିସିଆଇ ପୃଥ୍ୱୀଙ୍କୁ ୮ମାସ ପାଇଁ ଦଳରୁ ସସପେଣ୍ଡ କରିଛନ୍ତି । ଆସନ୍ତାକାଲି ବିସିସିଆଇ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜରେ କୁହାଯାଇଛି ଯେ ପୃଥ୍ୱୀଙ୍କ ଶରୀରରୁ ଏକ ପ୍ରତିବନ୍ଧକ ପଦାର୍ଥ ଟର୍ବ୍ୟୁଟଲାଇନ୍ ମିଳିଛି । ଏହା ବିସିସିଆଇର ଧାରା ୨.୧ ଉଲ୍ଲଘଂନ କରୁଛି । ବିସିସିଆଇ ପକ୍ଷରୁ ନୋଟିସ୍ ପାଇବା ପରେ ପୃଥ୍ୱୀ ତାଙ୍କ ସ୍ପଷ୍ଟୀକରଣରେ କହିଛନ୍ତି ତାଙ୍କ ଶରୀରରୁ ମିଳିଥିବା ଟର୍ବ୍ୟୁଟଲାଇନ୍ କଫ ସିରପରେ ରୁହେ ତାହା ସେ ଜାଣିନଥିଲେ । କାଶ ହେଉଥିବା କାରଣରୁ ସେ  କାଶକୁ ରୋକିବା ପାଇଁ ଏହି କଫ ସିରପର ବ୍ୟବହାର କରିଥିଲେ । ଏବଂ ଏହା ଦ୍ୱାରା ସେ ବହୁତ ବଡ ଭୁଲ କରିଛନ୍ତି ବୋଲି ପୃଥ୍ୱୀ ସ୍ୱିକାର କରିଛନ୍ତି । କୌଣସି ଶାରୀରିକ କ୍ଷମତା ବଢାଇବା ପାଇଁ ନୁହେଁ କେବଳ ନିଜର କାଶକୁ ରୋକିବା ପାଇଁ ସେ ଏହି ପଦାର୍ଥର ବ୍ୟବହାର କରିଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here